ସିନ୍ଦୁର ପାଇଁ ପ୍ରେମିକଙ୍କ ଦାଣ୍ଡ ଦୁଆରେ ପ୍ରେମିକା : ନିଷ୍ଠୁର ପ୍ରେମିକର ବ୍ୟବହାରରେ ଅତିଷ୍ଟ ହୋଇ ଥାନାର ଦ୍ୱାରସ୍ଥ ପ୍ରେମିକା

ପାଟଣାଗଡ଼, (ଅଶୋକ କୁମାର ବାଗ) : ସିନ୍ଦୂର ପାଇଁ ଦାଣ୍ଡ ଦୁଆରେ ପ୍ରେମିକା । ପ୍ରେମିକା ଜଣକ ପ୍ରେମିକଙ୍କ ପରିବାର ଲୋକ ଗ୍ରହଣ କରିବେ ବୋଲି ଦାଣ୍ଡ ଦୁଆରେ ଧାରଣାରେ ବସିଥିଲେ ଏବଂ ବୋହୂର ସ୍ୱୀକୃତି ପାଇଁ ଗୁହାରୀ କରିଥିଲେ କିନ୍ତୁ ନିଷ୍ଠୁର ପ୍ରେମିକ ମାଡ ମାରି ତଡି ଦେଇଥିଲେ ପ୍ରେମିକାଙ୍କୁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବଥର୍ଲା ନିକଟସ୍ଥ ଅତିଥିପଡ଼ାରେ । ସୂଚନା ମୁତାବକ ଯୁଧିଷ୍ଠିର ନାଗ ଏବଂ ପୀଡ଼ିତା ଯୁବତୀଙ୍କ ୨୦୧୯ ମସିହାରୁ ଫୋନକଲ୍‌ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା, ପରେ ଉଭୟେ ଘରୁ ଚମ୍ପଟ ମାରି ତାମିଲନାଡୁ ରାଜ୍ୟ ସ୍ଥିତ ନେଲ୍ଲୋର ଠାରେ କାମକରି ରହୁଥିଲେ । ସେ ସମୟରେ ଯୁଧିଷ୍ଠିର ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ତାମିଲନାଡୁରୁ ଫେରିବା ପରେ ପ୍ରେମିକାଙ୍କୁ ତାଙ୍କ ଘରେ ଛାଡ଼ିଦେଇ ଆଉ ଧରା ଛୁଆଁ ଦେଉନଥିଲା ପ୍ରେମିକ । ଫଳରେ ବାଧ୍ୟ ହୋଇ ଅନ୍ୟ ବିକଳ୍ପ ନପାଇ ପୀଡ଼ିତା ଯୁବତୀ ଯୁଧିଷ୍ଠିରର ଘରଦାଣ୍ଡରେ ଧାରଣା ଦେଇଥିବା ବେଳେ ପ୍ରେମିକ ପଡୀତାଙ୍କୁ ମାଡମାରି ଘଉଡ଼ାଇବାକୁ ଚେଷ୍ଟା କରିଥିବା ପୀଡିତା ପ୍ରେମିକା ଅଭିଯୋଗ ନେଇ ପାଟଣାଗଡ଼ ଥାନାର ଦ୍ୱାରସ୍ତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.