ଟିଟିଲାଗଡ଼ର କାଳୀ ମନ୍ଦିର ପୂଜକଙ୍କ ଇହଧାମ ତ୍ୟାଗ : ଅଞ୍ଚଳରେ ଶୋକାକୁଳ ପରିବେଶ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମୁକ୍ତିଧାମ ପଛ ପଟେ ଥିବା କାଳୀ ମନ୍ଦିର ପୂଜକ ଅଦ୍ରିଶ୍ୱରା ନନ୍ଦ ମହାରାଜଙ୍କ ଆଜି ପାହାନ୍ତିଆରେ ତାଙ୍କର ଦେହାନ୍ତ ହୋଇଯାଇଛି । ଭୌତିକ ଶରୀର ତ୍ୟାଗକରି ପରମାତ୍ମାଙ୍କ ପାଖରେ ବିଲୀନ ହେଲେ ପୂଜକ । ଏହି କାଳୀ ମନ୍ଦିରର ସ୍ଥାନ ନିରୂପଣ, ମନ୍ଦିର ନିର୍ମାଣ, ବୃକ୍ଷରୋପଣ ଠାରୁ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ଵ ସେ ତୁଲାଉଥିଲେ । ବହୁତ ସଂଘର୍ଷ କରି ଏହି କାଳୀ ମନ୍ଦିର ନିର୍ମାଣ କରି କାଳୀ ଭକ୍ତଙ୍କୁ ଏକତ୍ରିତ କରି ଏଠାରେ ପୁଜା କାର୍ଯ୍ୟ କରୁଥିଲେ । ପୂଜକଙ୍କ ମୃତ୍ତ୍ୟୁ ଖବର ପ୍ରଚାରିତ ହେବା ପରେ ବଙ୍ଗାଳୀ ସମାଜର ସଦସ୍ୟ, ସହରର ବୁଦ୍ଧିଜୀବୀ, ସମାଜସେବୀ, ମଦନପୁର ରାମପୁରର ରାମକୃଷ୍ଣ ପରମହଂସ ଆଶ୍ରମର ପୂଜକମାନେ ଆସି ଶବ ସତ୍କାର କରିଥିଲେ ।

Leave A Reply

Your email address will not be published.