ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଚୋରି ମାମଲା : ଦୁଇ ଗିରଫ, ଚୋରି ସାମଗ୍ରୀ ଜବତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ସ୍ଥିତ ଷ୍ଟେସନ ରୋଡ଼ ଠାରେ ଥିବା ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଗତ ଦୁଇଦିନ ତଳେ ବିଦ୍ୟାଳୟରେ ଇନ୍‌ଭଟର୍‌ ବ୍ୟାଟେରୀ, ସି.ସି କ୍ୟାମେରା ଆଦି ଚୋରି ହୋଇଥିଲା । ଏନେଇ ସୋମବାର ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଯାନୀ ଗଞ୍ଜାମ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ଗଞ୍ଜାମ ପୋଲିସ ଥାନା ପକ୍ଷରୁ କେସ ନଂ ୧୪୮/୨୪ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଗଞ୍ଜାମ ଥାନା ଆଇଆଇସି ଦାୟିତ୍ୱରେ ଥିବା ଚନ୍ଦ୍ରିକା ସ୍ୱାଇଁଙ୍କ ନେତୃତ୍ୱରେ ଏସ୍‌ଆଇ ଅନିରୁଦ୍ଧ ସ୍ୱାଇଁ, ସୁମୁନାଥ ରେଡ୍ଡୀ ପ୍ରମୁଖ ଏକ ପୋଲିସ ଟିମ୍‌ ବିଭିନ୍ନ ସାଟେଲାଇଟ କ୍ୟାମେରା ଦେଖି ଅଭିଯୁକ୍ତମାନଙ୍କୁ ଚି଼ହ୍ନଟ କରିବା ସହ ସୋମବାର ରାତିରେ ସେମାନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ହେଲେ ଶଙ୍କର ଗୌଡ଼( ୨୯)ଏବଂ ଆକାଶ ବୈଦ୍ୟ । ସେମାନଙ୍କ ଘର କରଣ ସାହିର ବୋଲି ତଦନ୍ତକାରୀ ପୋଲିସ ଏସ୍‌ଆଇ ଅନିରୁଦ୍ଧ ସ୍ୱାଇଁ ସୂଚନା ଦେଇଛନ୍ତି । ସେମାନଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ପୋଲିସ ଜବତ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ଯେଉଁଠି ଚୋରି କରିବାକୁ ଯାଇଥିଲେ ସେଠାରୁ ସିସି କ୍ୟାମେରା ବାହାର କରିବା ପୂର୍ବରୁ ସେମାନଙ୍କ ଫଟୋ କ୍ୟାମେରା କଏଦ ହୋଇଯାଇଥିଲା । ସେହି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସହଜ ହୋଇଯାଇଥିଲା । ସେମାନେ ବାହାର ରାଜ୍ୟରେ ରହୁଥିବା ବେଳେ ଏକମାସ ହେବ ଗାଁକୁ ଆସିଥିଲେ ବୋଲି ଗଞ୍ଜାମ ପୋଲିସ ଥାନା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.