jsm

ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର

csstore

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ମଘାମରା ଅଞ୍ଚଳକୁ ସଇଁତଲା ରେଞ୍ଜ ଅଞ୍ଚଳରୁ ୧୨ ଟିକିଆ ହାତୀପଲ ଆସିଥିବା ଖବର ପାଇଲାପରେ ଲୋକଙ୍କ ଧନଜୀବନ କିପରି ନଷ୍ଟ ନହେବ ସେଥିପାଇଁ ବନବିଭାଗ ତୀକ୍ଷ୍ଣନଜର ରଖିଥିବା ବେଳେ ହାତୀ ମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ପ୍ରଚେଷ୍ଟା ଜାରି ରଖିଥିଲା । ହାତୀ ଘଉଡ଼ାଇବା ବେଳେ ପାଟଣାଗଡ଼ ରେଞ୍ଜର ପାରାଫରେଷ୍ଟ ସ୍କ୍ୱାର୍ଡର ଫରେଷ୍ଟ ଗାର୍ଡ ଉତ୍ତମ ସିଂଙ୍କୁ ବାରଟିକିଆ ହାତୀରୁ ଦୁଇଟି ହାତୀ ଆକ୍ରମଣ କରିଥିଲେ । ହାତୀ ଦେଖିବା ପାଇଁ ଲୋକଙ୍କ ଗହଳି ହେତୁ ଏପରି ହୋଇଥିବା ଫରେଷ୍ଟ ଗାର୍ଡ କହିଛନ୍ତି । ଆହତ ଫରେଷ୍ଟ ଗାର୍ଡ ଉତ୍ତମ ସିଂଙ୍କୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

yuvodaya
Leave A Reply

Your email address will not be published.