ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ : ୨ ମୃତ, ୧୦ରୁ ଅଧିକ ଗୁରୁତର

କାକଟପୁର : ଅସ୍ତରଙ୍ଗ କାକଟପୁର ନିକଟ ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ପାନ ବୋଝେଇ ପିକ୍ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ଚକିତ୍ସା ପାଇଁ ଚାରିଛକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ଯାଏ ଦୁଇ ମୃତକଙ୍କର ପରିଚୟ ମିଳିପାରି ନଥିବା କୁହାଯାଉଛି ।

Leave A Reply

Your email address will not be published.