ମଲାଡ଼ ଗ୍ରାମରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମଲାଡ଼ ଗ୍ରାମ ପଞ୍ଚାୟତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁର ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମର ଚୈତନ୍ୟ ଠାକୁର କୋଠଘର ପରିସରରେ ଅନୁଷ୍ଠିତ କରାଯାଇଛି । ଉକ୍ତ ଶିବିରକୁ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ମମତା ବେହେରା ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ସରପଞ୍ଚ ଶ୍ରୀମତି ବେହେରା ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟର ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶୁଭଶ୍ରୀ ସେଠି (ଚିଫ ଅପଟୋମେଟ୍ରିଷ୍ଟ), ଗାୟତ୍ରି ସେଠି (ଚକ୍ଷୁ ଟେକ୍ନିସିଆନ୍‌) ଓ ରଘୁନାଥ ପାଢି ଉପସ୍ଥିତ ହୋଇ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ସମସ୍ତ ପ୍ରକାର ଚକ୍ଷୁର ପରୀକ୍ଷା ନିଃଶୁଳ୍କ କରାଯାଇଥିଲା । ମୋଟ ୫୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ୧୦ଙ୍କୁ ଚଷମା ଦିଆ ଯାଇଥିଲା । ମୋଟ ୧୫ ଜଣଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌କୁ ନିଆଯିବାର କାର୍ଯ୍ୟକ୍ରମ ରହିଛି । ୭ ଜଣଙ୍କର ରେଟିନା ଚେକ୍‌ଅପ୍‌ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁଦାମ ବେହେରା, ଗ୍ରାମ୍ୟ ସଭାପତି ରାମୁଡୁ ପଦ୍ମନାଭ, ଗ୍ରାମ୍ୟ କମିଟି ସମ୍ପାଦକ ମୁନା ମହାରଣା ପ୍ରମୁଖଙ୍କ ସହ ଏସ୍.ଏଚ୍‌.ଜି., ସି. ଆର୍‌. ପି ଷ୍ଟାଫ ମାନେ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.