ରାଷ୍ଟ୍ର କଲ୍ୟାଣ ନିମନ୍ତେ ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଜଳାଭିଷେକ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ସୁଶାସନ ଓ ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ବାବା ଶ୍ରୀଚନ୍ଦ୍ରଚୁଡ ମନ୍ଦିରରେ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସମସ୍ତ ସଦସ୍ୟ ମିଳିତ ଭାବେ ମହାନଦୀରୁ ୧୦୮ କଳସ ଜଳ ଆଣିଥିଲେ । ପଣ୍ଡିତ ରଣଜିତ୍ ହୋତା ନିତିକାନ୍ତି ସହ ସମସ୍ତ କଳସରେ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ, ପଞ୍ଚାମୃତ ଓ ଗଙ୍ଗାଜଳ ଦେଇଥିଲେ । ପଣ୍ଡିତ ଶିବ ପାଣିଗ୍ରାହୀ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ପରେ ଜଳାଭିଷେକ ହୋଇଥିଲା । ଜିଲ୍ଲା ସଭାପତି ଗୁରୁପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡମରୁଗଡ ଠାରେ ଅନୁଷ୍ଠିତ ବିଶ୍ଵଶାନ୍ତି ଯଜ୍ଞରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ସମ୍ପାଦକ ଦେବାଶିଷ ପୁରୋହିତ ଆସନ୍ତା ରଥଯାତ୍ରା ୨୦୨୪ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଜ୍ୟୋତିର୍ବିଦ ଓ ପଣ୍ଡିତମାନଙ୍କ ମିଳିତ ସହଯୋଗରେ ଦେବସ୍ନାନ ପୂର୍ଣ୍ଣମୀ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜ୍ୟୋତିର୍ବିଦ ସିଦ୍ଧେଶ୍ୱର ଯୋଶୀ, ନୃସିଂହ ଚରଣ ହୋତା, ଶ୍ରୀଧର ପୂଜାହାରି, ରବୀନ୍ଦ୍ର ପଣ୍ଡା, ସୁଦାମ ପାଣିଗ୍ରାହୀ, ମିନୁପ୍ରସାଦ ମିଶ୍ର, ସଂଜୟ ଶଙ୍କର ପୁରୋହିତ ପ୍ରମୁଖ ସାମିଲ୍ ହୋଇଥିଲେ । ଶେଷରେ ବଢ଼ିଗାଁ ଠାରେ ଅନୁଷ୍ଠିତ ସାମୁହିକ ଗୀତାପାଠରେ ସମସ୍ତେ ଯୋଗଦାନ କରି ପାଠ କରିଥିଲେ ।

Leave A Reply

Your email address will not be published.