ବିଦ୍ୟୁତ କର୍ମଚାରୀଙ୍କ ଅବହେଳାରୁ ପୋଡିଲା ଟ୍ରାନ୍ସଫର୍ମର : ଗ୍ରାମବାସୀ ଅନ୍ଧାରରେ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବରଗଡ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀରୁ ୫୦ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ତା’ର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମରେ । ଟାଟା ପାୱାର କମ୍ପାନୀର କର୍ମଚାରୀଙ୍କ ଅବହେଳାରୁ ବିଲାସପୁର ଗ୍ରାମର ଟ୍ରାନ୍ସଫର୍ମର ପୋଡି ଯାଇଛି । ଗ୍ରାମବାସୀ ବହୁତ ଦିନରୁ ଟ୍ରାନ୍ସଫର୍ମରରେ ତେଲ ନଥିବା ଜଣାଇଥିଲେ ତା’ ସହିତ ଟ୍ରାନ୍ସଫର୍ମର ଚାରିଆଡ଼େ ଗଛଲତାରେ ପରିପୂର୍ଣ୍ଣ ଥିଲା । ଟାଟା ପାୱାର କମ୍ପାନୀର ଅବହେଳାରୁ ଟ୍ରାନ୍ସଫର୍ମର ପୋଡି ଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଳାସପୁର ଗ୍ରାମବାସୀବୃନ୍ଦ ସମସ୍ତେ ଝାରବନ୍ଧ ବିଦ୍ୟୁତ ଅଫିସକୁ‌ ଯାଇ ଦର‌ଖାସ୍ତ ଦେଇଛନ୍ତି । ସେକ୍ସସେନାଲ ଅଫିସର୍ ଅଫିସରେ ନ ଥିଲେ ଫୋନରେ ଯୋଗାଯୋଗ କରିବାରୁ ମୁଁ ବରଗଡ଼ରେ ଅଛି ବୋଲି କହିଥିଲେ । ଦୁଇ ଦିନରେ ଟ୍ରାନ୍ସଫର୍ମର ଲାଗିବା କହିଥିଲେ, କିନ୍ତୁ ୮ରୁ ୧୦ ଦିନ ହୋଇ ଯାଇଥିଲେ ମଧ୍ୟ ଟ୍ରାନ୍ସଫର୍ମର ଲାଗି ପାରୁନାହିଁ । ସେକ୍ସସେନାଲ ଅଫିସରଙ୍କୁ ଫୋନରେ ଯୋଗାଯୋଗ କଲେ ଫୋନ୍ କାଟି ଦେଉଛନ୍ତି ବାବୁ ଜଣକ ବୋଲି ଅଭିଯୋଗ ହେଉଛି । ଅଫିସରେ ରହୁ ନାହାନ୍ତି, ଲୋକଙ୍କୁ ହ‌ଇରାଣ କରୁଛନ୍ତି । କେବଳ ବିଦ୍ୟୁତ ବିଲ୍ ଅସୁଲି କରିବାରେ ବ୍ୟସ୍ତ ରହୁଛନ୍ତି, ବକେୟା ବିଲ୍ ନଦେଲେ ଉପଭୋକ୍ତାଙ୍କ ଲାଇନ୍ କଟା ହେଉଛି । ଏପରି ସ୍ଥଳେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ଶୀଘ୍ର ପ୍ରଶାସନ ଟ୍ରାନ୍ସଫର୍ମର ନ ଲଗାଇଲେ ଆଗାମୀ ଦିନରେ ବିଦ୍ୟୁତ ଅଫିସକୁ ତାଲା ପକାଇଵା ପାଇଁ ଗ୍ରାମବାସୀ ସୂଚନା ଦେଇଛନ୍ତି । ଖବର ପ୍ରସାରଣ ପରେ ପ୍ରଶାସନ କେତେ ତତ୍ପର ତାହା ଦେଖିବାକୁ ବାକି ରହିଲା ବୋଲି ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.