ହୁସିଆର୍‌ ହେଲେ ବିପତ୍ତି କେ ଟାଲି ଦେଇ ହେବା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବି ତାଲୁଫଟା ଖରା ଆର୍‌ ରୁଦ୍‌ରୁଦି ଥି ସିଝୁଛେ ବଲାଙ୍ଗିର ସହର । ଡହକ୍‌ ବିକଲ୍‌ ହେଇଯାଉଛନ୍‌ ସହର୍‌ବାସୀ । ଇଥିର୍‌ ଲାଗି ପାଣିପାଗ ବିଭାଗ ତରଫ୍‌ ନୁ ବଲାଙ୍ଗିର ଜିଲ୍ଲା ଲାଗି ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । କାଲ୍‌କେ ବି ଏନ୍‌ତା ରହେବା ଥିତି ବଲି କୁହାଯାଉଥିବାର୍‌ ବେଲ୍‌କେ ଖରା ଝଉ ଗୁଲ୍‌ଗୁଲି ଥି ଲୋକ୍‌ ତ୍ରାହି ତ୍ରାହି ଡାକୁଛନ୍‌ । ରୋଡ଼୍‌ ରାସ୍ତା ଉସାର୍‌ ପିସାର୍‌ ଲାଗି ଶହ ଶହ ବଛରର୍‌ ଗଛ୍‌ ସବୁ ସହର୍‌ ଭିତ୍‌ରୁ କାଟି ଦେଲା ଉତ୍‌ରୁ ଏଛିନ୍‌ ପୁରା ନାଡ଼ୁମୁଡ଼ିଆ ବଲାଙ୍ଗିର ସହର । ଗଲା ଆଏଲା ଲୋକ୍‌ କେ କାହିିଁ ଛାଏଁ ଟିକେ ପାଏବାର୍‌ଟା ମହା ମୁସ୍‌କିଲ୍‌ ହେଇପଡ଼ିଛେ । ଏନ୍‌ତା ସମିଆଁ ଥି ଅଂଶୁଘାତ ମୃତ୍ୟୁ ବି ଘଟୁଥିବାର ଜନାପଡ଼ୁଛେ । ପଶୁ ଜନ୍ତୁ ଚେରେ ଚିର୍‌ଗୁନ୍‌ ବି ଖରାର୍‌ ମାଡେ଼ ପଟୋ ପଟୋ ରଟୋ ରଟୋ ମରିଯାଉଛନ୍‌ । ଇ’ଘଡ଼ି ଆପେ ବଁଚ୍‌ଲେ ବୋପାର୍‌ ନାଁ, ଜୀବନ୍‌ ଥିଲେ ଜୀବ୍‌କା ଅଛେ । ଖରାର୍‌ ସମିଆଁ ଥି କିହେ କାହିିଁ ନେଇଁ ବାହାରୁନ୍‌ । ଯଦି ବି ଅର୍‌ଜେଂଟ୍‌ କାମ୍‌ ଥି ବାହାର୍‌ବା କେ ପଡ଼ୁଛେ ବଏଲେ ଝଉ ଖରା ଥୁ ତ୍ରାହି ପାଏବାର୍‌ ଲାଗି ସବୁ ସାଜୋ ସାମାନ୍‌ ସାଂଗେ ବାହାରୁନ୍‌ । କିଏ କହେବା କାହାର୍‌ ଲାଗି କେନେ ଖରାର୍‌ ପିଠି ବୁଘି କରି କାଲ୍‌ମୁହାଁ ଯଅଁରା ଜୁଗି ନେଇଁଥିବା ବଲି । ହୁସିଆର୍‌ ହେଲେ ବିପତ୍ତି କେ ଟାଲି ଦେଇ ହେବା ।

Leave A Reply

Your email address will not be published.