ଖରାରେ ନବାହାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ଅନୁରୋଧ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଅତ୍ୟଧିକ ତାପମାତ୍ରା ଯୋଗୁଁ ଜିଲ୍ଲାପାଳ ହେମକାନ୍ତ ସାୟ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି କି ଅତି ଜରୁରୀ କାମ ନପଡ଼ିଲେ କେହି ବାହାରକୁ ନବାହାରିବାକୁ । ଏସ୍‌ଆର୍‌ସି ନିର୍ଦ୍ଦେଶ ତଥା ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ ଗାଁରୁ ସହର ସବୁଠି ଜଣାପଡୁଛି । ପ୍ରାୟ ୪୦ରୁ ୪୬ / ୪୭ ଡିଗ୍ରୀ ତାତି ଦେଖା ଦେଇଛି । ବାହାରକୁ ବାହାରିବା କଷ୍ଟ ହୋଇଯାଇ । ଲୋକଙ୍କୁ ସଚେତନ କରିବା ନିମିତ୍ତ ଅଗ୍ନିଶମ ବିଭାଗ ଜନଗହଳି ସ୍ଥାନମାନଙ୍କରେ ମକ୍ ଡ୍ରିଲ କରିଛି । ଉପସ୍ୱାସ୍ଥ୍ୟକେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ସବୁଠି ଅଂଶୁଘାତରୁ ରକ୍ଷା ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଛି, ଶ୍ରମିକ ମାନଙ୍କୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ ନକରିବାକୁ ସୂଚନା ପ୍ରଦାନ କରାଯାଇଛି । ଚାଷୀମାନଙ୍କୁ ମଧ୍ୟ ସୂଚନା ପ୍ରଦାନ ହୋଇଛି । ବର୍ତ୍ତମାନ ୪୩ ଡିଗ୍ରୀ ତାତି ଅନୁଭବ ହୋଇଛି । ସତରେ ଗାଁରୁ ସହର ସବୁ ସ୍ଥାନରେ ଦିନ ଲାଗୁଛି ରାତି ଭଳି । ଲୋକଙ୍କ ଆତଯାତ ହେଉନାହିଁ ରାସ୍ତାଘାଟ ସବୁ ଖାଲି । ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଲୋକଙ୍କୁ ସଚେତନ କରିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.