oom

ଛତ୍ରପୁର ଷ୍ଟାଇଲ୍‌ ବଜାର ପକ୍ଷରୁ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଇଲ୍‌ ବଜାର ଆନୁକୂଲ୍ୟରେ ଶୁକ୍ରବାର ଏକ ଶିଶୁ ପ୍ରତିଭା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ସହରାଞ୍ଚଳର ପ୍ରାୟ ଶତାଧିକ ଶିଶୁ ଏହି ପ୍ରତିଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ମଧ୍ୟରେ ପ୍ରାୟତଃ ୧୩ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନୁଷ୍ଠିତ ଚିତ୍ରାଙ୍କନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ କମ୍ପାନୀ ତରଫରୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା କେ. ଲିପିଶ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଶ୍ରୀ ତ୍ରିଶିଟା ସେନାପତି ଦ୍ୱିତୀୟ ସ୍ଥାନ, ଏମ୍. ଗୁଞ୍ଜନ ସେନାପତି ତୃତୀୟ ଏବଂ ଅକ୍ସରା ଦୋରା ମଧ୍ୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାରରେ ସମ୍ମାନୀତ ହୋଇଥିଲେ । କମ୍ପାନୀ ବ୍ରାଞ୍ଚ ଅଫିସର ଗଙ୍ଗାଧର ରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ଅଭିଭାବକଙ୍କୁ ସାଧୁବାଦ ଜଣାଇଥିବା ସାଂଗକୁ ପ୍ରତିଯୋଗୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ ।

jittmm
Leave A Reply

Your email address will not be published.