csstore

ପଲ୍ଲିଶ୍ରୀ ହାଇସ୍କୁଲରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ସଦାଇପାଲି ପଲ୍ଲିଶ୍ରୀ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁରଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସର ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପର୍ବରେ ବିଦ୍ୟାଳୟର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥୀ ଭାବରେ ଓଷ୍ଟା ପୂର୍ବତନ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସଦାଇପାଲି ଗ୍ରାମ ପଂଚାୟତର ସମିତି ସଭ୍ୟ ଗୋଲାପ ବାଗ, ବିଦ୍ୟାଳୟ ସଭାପତି ଫକିର ମୋହନ ଥାଟି ମଂଚାସୀନ ଥିଲେ । ଦୀର୍ଘ ବର୍ଷ ହେବ କଳା ଶିକ୍ଷକ ସୁଧିର କୁମାର ନାଏକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଜରାମ ମିଶ୍ର କାର୍ଯ୍ୟ କରି ଆସୁଥିଲେ ତେବେ ଆଜି ତାଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଥିବାରୁ ସେମାନେ ଅବସର ନେଇଛନ୍ତି । ଆଜି ବିଦ୍ୟାଳୟ ପରିସରରେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ପୁରାତନ ଓ ନୂତନ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ଶ୍ରୀ ନାଏକ ଏବଂ ଶ୍ରୀ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନାରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ପକ୍ଷରୁ ଚିନ୍ମୟୀ ଦାଶ, ସୁଧାନିଧି ମିଶ୍ର, ସଂସ୍କୃତି ପଟ୍ଟନାୟକ, ଜଗନ୍ନାଥ ସାହୁ, ଲବ ବିଶ୍ୱାଲ, ଦିଲ୍ଲୀପ ନାଏକ, ସୁନାଧର ନାଏକ, ଦିନବନ୍ଧୁ ବାଗ, ପୁରାତନ ଛାତ୍ରଛାତ୍ରୀ ନାରାୟଣ ପ୍ରସାଦ ମିଶ୍ର, ପ୍ରଦୀପ୍ତ କୁମାର ମିଶ୍ର, ରମାକାନ୍ତ ନାଏକ, ପୃଥିରାଜ ପଟେଲ, ପବିତ୍ର ନାଏକ, ସୁନିଲ ରାଉତ, କମିଟିର ସଦସ୍ୟମାନଙ୍କ ମଧ୍ୟରୁ ପ୍ରମୋଦ କୁମାର ମିଶ୍ର, ରମେଶ ନାଏକ, ସତ୍ୟବାଦୀ ନାଏକ, ବିରଚିଂ ନାରାୟଣ ସାଏ ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.