ରାଜ୍ୟରେ ସକାଳ ସାଢେ ୮ଟା ସୁଦ୍ଧା ୩୯ ଡିଗ୍ରୀ ପାରଦ ଛୁଇଁଲାଣି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି ସହ, ପ୍ରବଳ ଗୁଳୁଗୁଳି । ଆଜି ସକାଳୁ ସକାଳୁ ଏହାର ପ୍ରଭାବ ରାଜ୍ୟରେ ଅନୁଭୂତ ହେଲାଣି । ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୯ ଡିଗ୍ରୀ ତାପମାତ୍ରା ସହ ଭବାନୀପାଟଣା ସବୁଠୁ ଉତପ୍ତ ସହର । ସେହିପରି ଟିଟିଲାଗଡ଼ ୩୮ ଡିଗ୍ରୀ, ବଲାଙ୍ଗିରରେ ୩୭.୪, ସୋନପୁରରେ୩୬.୬, ଝାରସୁଗୁଡା ୩୬.୬, ହୀରାକୁଦ ୩୬.୪, ସମ୍ବଲପୁର ୩୬.୨, ରାଉରକେଲା ୩୫.୪, ବରଗଡ ୩୫.୪, ବୌଦ୍ଧ ୩୬, ସୁନ୍ଦରଗଡ ୩୪, ତାଳଚେର ୩୪.୪ ଡିଗ୍ରୀ ସେଲ୍‌ସିଅସ୍‌ ରେକର୍ଡ କରାଯାଇଛି । ତେବେ ସକାଳ ସାଢେ ୫ଟା ସୁଦ୍ଧା ରାଜଧାନୀ ପାରଦ ୩୧ ଡିଗ୍ରୀ ଛୁଇଁଥିଲା । ଏହାରି ଭିତରେ ବାୟୁମଣ୍ଡଳର ଆଦ୍ରତା ୮୭% ରେକର୍ଡ ହୋଇଥିବାରୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତ ହେଉଛି । ସେପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି କେରଳରେ ଛୁଇଁ ପାରେ ମୌସୁମୀ ବାୟୁ । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏହାର ପ୍ରଭାବରେ ପାଗ ବଦଳିପାରେ ।

Leave A Reply

Your email address will not be published.