ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା : ଜଣେ ମୃତ

କେନ୍ଦ୍ରାପଡ଼ା : ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଖରିଦା ସାହି ଠାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନାଅନୁଯାୟୀ, କେନ୍ଦ୍ରାପଡାରୁ କଟକ ଯାଉଥିବା ବସ୍ ଚାନ୍ଦବାଲି ରାସ୍ତାର ଖରିଦା ସାହି ଠାରେ ଏକ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତେବେ ମହିଳାଙ୍କ ନିକଟରୁ ସ୍ୱର୍ଣ୍ଣପ୍ରଭା ରାଉତଙ୍କ ନାମରେ ଏକ ଆଧାର କାର୍ଡ ମିଳିଛି । ଯେଉଁଥରେ ମହିଳାଙ୍କ ଠିକଣା କଟକ ଭାତପଡା ବୋଲି ଲେଖା ହୋଇଛି । ଆଉ ଏକ ଆଧାର କାର୍ଡ ଲମ୍ବୋଦର ରାଉତଙ୍କ ନାମରେ ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି ।

Leave A Reply

Your email address will not be published.