ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ହଇଚଇ ସୃଷ୍ଟି କରୁଛି ସରୋଜଙ୍କ ନିର୍ବାଚନୀ ପ୍ରଚାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ଖରାର ପ୍ରଚଣ୍ଡ ତାତି ସାଂଗକୁ ବଢ଼ୁଛି ନିର୍ବାଚନୀ ତାତି । ପାଖେଇ ଆସୁଛି ନିର୍ବାଚନ । ପ୍ରାର୍ଥୀମାନଙ୍କ ପ୍ରଚାର ବି ପ୍ରଖର ହେବାରେ ଲାଗିଛି । ଏହି କ୍ରମରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ ଜୋର୍‌ସୋର୍‌ ପ୍ରଚାର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ହଇଚଇ ସୃଷ୍ଟି କରିଛି । ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଗାଁକୁ ଗାଁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି ସରୋଜ । ବିଗତ ଦିନରେ ଗ୍ରାମରେ କରାଯାଇଥିବା ଉନ୍ନତିମୂଳକ କାମ ସଂପର୍କରେ କହିବା ସହ ଆଗାମୀ ସମୟରେ କ’ଣ ସବୁ କାମ କରାଯିବ, ସେ ସଂପର୍କରେ ପ୍ରତିଶ୍ରୁତି ଦେଉଛନ୍ତି । ସବୁଠୁ ବଡ଼ କଥା ହେଲା, ପ୍ରତି ଗାଁରେ ସରୋଜଙ୍କୁ ଯଥେଷ୍ଟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଥିବା ନଜରକୁ ଆସିଛି । ସରୋଜଙ୍କ ଧୁମ୍‌ ଧଡ଼ାକା ପ୍ରଚାର ମଇଦାନ୍‌ ଅନେକାଂଶରେ ଜନସମୁଦ୍ର ଭଳି ମନେ ହେଉଛି । ତେବେ ବିଜେଡ଼ି ସପକ୍ଷରେ ଶଙ୍ଖ ଚିହ୍ନରେ ଭୋଟ୍‌ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ସାମିଲ୍‌ ହେବା ପାଇଁ ପ୍ରତ୍ୟେକ ଭୋଟର୍‌ଙ୍କୁ ନିବେଦନ କରୁଛନ୍ତି ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର ।

Leave A Reply

Your email address will not be published.