ଜିଲ୍ଲା କଳାକାର ସମନ୍ୱୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନ ଏକ ମାସ ବୃଦ୍ଧି ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ବଲାଙ୍ଗିରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଯୋଜନା ଆବେଦନ ଏକ ମାସ ବୃଦ୍ଧି ନିମନ୍ତେ ଜିଲ୍ଲା କଳାକାର ସମନ୍ୱୟ ସମିତି ଦାବୀପତ୍ର ଦେଇଛି । ପ୍ରକାଶଥାଉକି -ଓଡିଶା ସରକାର ଓଡିଆ ଭାଷା, ସଂସ୍କୃତି ବିଭାଗ ତା.୦୬.୦୨.୨୦୨୪ ରାଜ୍ୟରେ ନୂତନ କଳାକାର ୩୦୦୦୦ ଯୋଜନାରେ ସାମିଲ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା ତାର ଶେଷ ତାରିଖ ୩୦ ଏପ୍ରିଲ ପର୍ଯ୍ୟନ୍ତ ଅଛି । କଳାକାର ସମନ୍ୱୟ ସମିତି ଜରୁରୀ ବୈଠକ ସୁନ୍ଦରୀଭନା ଗ୍ରାମଠାରେ ତା.୨୮.୦୪.୨୪ରେ ବସି ଆହୁରି ଏକ ମାସ ଆବେଦନ ବୃଦ୍ଧି ଦାବୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା, ସମିତିର ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲଙ୍କ ନେତୃତ୍ୱରେ ଶତାଧିକ କଳାକାର ସାମିଲ ହୋଇ ଜିଲ୍ଲାପାଳ ବଲାଙ୍ଗିରଙ୍କ ଉଦ୍ୟେଶ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ଦାବୀପତ୍ର ଦେବାକୁ ଆସିଥିଲେ । ସଂସ୍କୃତି ଅଧିକାରୀ ଅନୁପସ୍ଥିତ ଥିବାରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ଦାବୀପତ୍ର ଦେଇଥିଲେ । ନିର୍ବାଚନ ସମୟ ଥିବାରୁ ବାସିନ୍ଦା, ଆୟ ପ୍ରମାଣ ପତ୍ର ଠିକ୍ ସମୟରେ ମିଳି ପାରୁ ନାହିଁ ତେଣୁ ଏକ ମାସ ବୃଦ୍ଧି ପାଇଁ ଦାବୀପତ୍ରରେ ଲେଖା ରହିଛି ।

Leave A Reply

Your email address will not be published.