pakka

ପ୍ରଚାର ମଇଦାନ୍‌କୁ ଓହ୍ଲାଇଲେ କଳିକେଶଙ୍କ ପତ୍ନୀ ମେଘ୍‌ନା ସିଂହଦେଓ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀଙ୍କ ପାଇଁ ବଲାଙ୍ଗିର ସହରର ୱାର୍ଡ ନଂ.୧୦ ସୁଦପଡ଼ା ଅଂଚଳରେ ଘରକୁ ଘର ବୁଲି ସମର୍ଥନ ଲୋଡ଼ିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଶ୍ରୀମତୀ ମେଘ୍‌ନା ସିଂହଦେଓ । ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡ଼ି ପକ୍ଷରୁ ଆରମ୍ଭ ହୋଇଯାଇଛି ମାରାଥନ୍‌ ପ୍ରଚାର । ଏହି କ୍ରମରେ ଆଜି ଅପରାହ୍ନରେ କଳିକେଶଙ୍କ ପତ୍ନୀ ଶ୍ରୀମତୀ ସିଂହଦେଓ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, କାଉନ୍‌ସିଲର୍‌ କିଶୋର କୁମ୍ଭାର ଏବଂ ଶହ ଶହ ବିଜେଡ଼ି ନେତା କର୍ମକର୍ତ୍ତାଙ୍କ ସହ ଆଜି ପ୍ରଚାରକୁ ଓହ୍ଲାଇଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଏବଂ କଳିକେଶଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତା ନିର୍ବାଚନରେ ସଫଳତା ପ୍ରଦାନ କରିବ ବୋଲି ବିଶ୍ୱାସ ରଖିଛନ୍ତି ଶ୍ରୀମତୀ ମେଘ୍‌ନା ସିଂହଦେଓ । ତେବେ ଶ୍ରୀମତୀ ସିଂହଦେଓ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ତାଙ୍କ ସ୍ୱାମୀ ବିଧାୟକ ପ୍ରାର୍ଥୀ କଳିକେଶଙ୍କ ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ଠାରେ ଭୋଟ ଭିକ୍ଷା କରିଛନ୍ତି ।

jay balangir
Leave A Reply

Your email address will not be published.

five × 3 =

error: Content is protected !!