oom

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଟିମ୍‌ ଆଜି ବଲାଙ୍ଗିର ଗସ୍ତରେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜ୍ଞପ୍ତି ପ୍ରକାଶ ଆରମ୍ଭ ଦିନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଟିମ୍‌ ଆଜି ବଲାଙ୍ଗିର ଗସ୍ତରେ ଆସିଛନ୍ତି । ବାଅକର ସ୍ଵନୀଲ ଶରଦ(ବଲାଙ୍ଗିର ଲୋକସଭା), ପ୍ରମୋଦ ପି ଶହକର(ଲୋଇସିଂହା ବିଧାନସଭା, ପାଟଣାଗଡ଼ ବିଧାନସଭା, ବଲାଙ୍ଗିର ଲୋକସଭା), ଆଦର୍ଶ ଅଗ୍ରୱାଲ (ବଲାଙ୍ଗିର ଲୋକସଭା ଓ ବିଧାନସଭା, ଟିଟିଲାଗଡ ବିଧାନସଭା, କାଂଟାବାଞ୍ଜି ବିଧାନସଭା)ପ୍ରମୁଖ ପର୍ଯ୍ୟବେକ୍ଷକ ଖର୍ଚ୍ଚ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଡ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ତଥା ଲୋଇସିଂହା ବିଧାନସଭା ରିଟର୍ନିଙ୍ଗ ଅଧିକାରୀ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପର୍ଯ୍ୟବେକ୍ଷକ ଟିମ୍‌ ନିର୍ବାଚନର ବିଭିନ୍ନ ନୋଡାଲ ଅଫିସର, ବିଭିନ୍ନ ଫ୍ଲାଇଂଙ୍ଗ ସ୍କୁଆର୍ଡ, ସି ଭିଜିଲ, ପୋଲିସ, ଅବକାରୀ, ଇନ୍‌କମ୍‌ ଟାକ୍ସ, ଜିଏସ୍‌ଟି, ଅତିରିକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ଗଣମାଧ୍ୟମ ନିରୀକ୍ଷଣ, ପେଡ୍‌ ନ୍ୟୁଜ୍‌ ବାବଦରେ ସମୀକ୍ଷା କରିଥିଲେ । ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡାକଡ଼ି କରିବା ସହ ନିର୍ବାଚନ ଶୂନ୍ୟ ପକ୍ଷପାତରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନକୁ ଭାର ନଭାବି ଏହି ପ୍ରକ୍ରିୟାକୁ ଉପଭୋଗ କରିବାକୁ କହିଥିଲେ । ସେହିପରି ବିଭିନ୍ନ ସ୍ଥାନରେ ବାରିକେଡ଼ିଂ କରି ଅବକାରୀ, ଟଙ୍କାର ବ୍ୟବହାର ଯେପରି ହୋଇ ନପାରିବ ଏବଂ ଅବାଧ ସ୍ଵଚ୍ଛ ନିର୍ବାଚନରେ ଯେପରି କୌଣସି ବାଧକ ନଆସିବ, ସେଥିପାଇଁ ପୋଲିସ ଏବଂ ଅବକାରୀ ମିଳିତ କାମ କରିବାକୁ କହିଥିଲେ । ଶେଷରେ ସେମାନେ ବିଭିନ୍ନ କଂଟ୍ରୋଲ ରୁମ୍‌ର କାର୍ଯ୍ୟକାରିତା ପରଖି ଥିଲେ ।

jittmm
Leave A Reply

Your email address will not be published.