oom

ବଙ୍ଗୋମୁଣ୍ଡା ବାବାମଠ ଠାରେ ନାରୀ ସଂଗଠନର ସମାବେଶ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଦରଠାରେ ଥିବା ବାବାମଠ ଠାରେ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଲୀ ସ୍ତରୀୟ ନାରୀ ସଂଗଠନର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱପ୍ନା ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜିର ଯୁବ ଆଇନଜୀବୀ ବିବେକ ଶର୍ମା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଜୟକର ବାଗ, ସମ୍ମାନୀୟ ଅତିଥି ଭାବେ ଭୋପାଲ ଚରଣ କୁମ୍ଭାର, ବିଜେ ବାଗ, ସୁନିଲ କୁମ୍ଭାର, ଚୁଡାକୃଷ୍ଣ ବାଗ, ସୁମେଶ ତାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାରୀ ସୁରକ୍ଷା ସହ ଝିଅ ଏବଂ ମହିଳାମାନଙ୍କୁ ଶିକ୍ଷା, କ୍ରୀଡା ଏବଂ ଶିଳ୍ପ କ୍ଷେତ୍ରରେ ଆଗେ ବଢିବା ପାଇଁ ସାହାର୍ଯ୍ୟ କରିବା, ନାରୀମାନଙ୍କୁ ସାମ୍ବିଧାନୀକ ଅଧିକାର ଦେବା ପାଇଁ ବୈଠକ ଓ ସଭା ଆୟୋଜନ କରିବା, ତାଲିମ ଦେଇ ସ୍ୱାବଲମ୍ବୀ କରିବା, ନାରୀଙ୍କୁ ଅତ୍ୟାଚାର ଘଟଣରେ ପୀଡିତାଙ୍କୁ ସାହାର୍ଯ୍ୟ କରିବା, ଝିଅ ଭୃଣ ହତ୍ୟା ବନ୍ଦ କରିବା ପାଇଁ ପ୍ରଚେଷ୍ଟା କରିବା, ବିବାହିତା ମହିଳାଙ୍କ ସ୍ୱାମୀ ଦ୍ୱାରା ପ୍ରତାରିତ କରିବା ବିରୋଧରେ ସ୍ୱର ଉତ୍ତୋଳନ କରିବା ଦିଗରେ କାମ କରିବା ପାଇଁ ଅତିଥିମାନେ ଆହ୍ୱାନ କରିଥିଲେ । ସମ୍ପାଦିକା ଇନ୍ଦ୍ରା ବାଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାନେତ୍ରୀ ବନିତା ଲୁହା, କୋଷାଧ୍ୟକ୍ଷ ରଶ୍ମିତା ତାଣ୍ଡି, ସହ ସମ୍ପାଦକ ଚେତାବନୀ କୁମ୍ଭାର, ଉପଦେଷ୍ଟା ଭୁବନେଶ୍ୱରୀ ତାଣ୍ଡି, ସାଏବନି ବାଗ, ଦ୍ରୋପଦୀ ହିଆଁଲ, ଟିକିମଣୀ ବଏ, ସରସ୍ୱତୀ ବାଗ, ନିରଲତା କୁମ୍ଭାର, ସବିତା ବାଗ, ଲକ୍ଷ୍ମୀ ହିଆଁଲ, ସନ୍ତରା ଛୁରା, ମଥୁରା ଧବଲ, ଲଲିତା ଦୀପ, କେରକେଟି ଲୁହା, ମଥୁରା ଛତ୍ରିଆ, ବବିତା ନାଗ, କୁମୁଦିନି ଲୁହା, ସନ୍ତୋଷିନୀ ଭୋଇ, ରଞ୍ଜୁ ବଗର୍ତ୍ତୀ, ପଦ୍ମିନୀ ମାଝୀ, ରିନା ପୁଟେଲ ପ୍ରମୁଖଙ୍କ ସହ ସଂଗଠନର ସମସ୍ତ କର୍ମକର୍ତ୍ତାମାନେ ସହ ଯୋଗ କରିଥିଲେ । ଏଥିରେ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍‌ ଅଂଚଳର ବହୁ ମହିଳାମାନେ ଉପସ୍ଥିତ ଥିବା ଦେଖିବାକୁ ମିଲିଛି ।

jittmm
Leave A Reply

Your email address will not be published.