csstore

ସଂଗୀତ ତରଙ୍ଗର ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠା ‘ସଙ୍ଗୀତ ତରଙ୍ଗ’ର ପ୍ରତିଭା ସମ୍ପନ୍ନ କଳାକାରମାନେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବଠାରେ ନିକଟରେ ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟାରେ ଉତ୍କଳ ଦିବସ ଉପଲକ୍ଷେ ଏକ ବିଶେଷ ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଆମ ଓଡ଼ିଶା ଭୂଇଁ’ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରଏସ୍‌ପିର ସିଜିଏମ୍ ଏସ୍. ରାୟ ଚୌଧୁରୀ, ଅନୁଷ୍ଠାନର ଉପଦେଷ୍ଟା ଭାରପ୍ରାପ୍ତ ମହାପ୍ରବନ୍ଧକ ଡ. ପି. କେ. ସାହୁ, ସଭାପତି ତପନ ନାୟକ, ସମ୍ପାଦକ ସନ୍ତୋଷ ଦାସ, ଆୟୋଜକ ସମ୍ପାଦକ ସତ୍ୟବ୍ରତ ମହାନ୍ତି ଓ ଅନ୍ୟାନ୍ୟ କାର୍ଯ୍ୟ ନିର୍ବାହୀ ସଭ୍ୟ ସମୁହ ପ୍ରଦୀପ ପ୍ରଜ୍ୱଳନ ସହ ସଂଗୀତ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ । ପୁରୁଣା, ନୂଆ ବିଭିନ୍ନ ସ୍ୱାଦର ଓଡ଼ିଆ ଗୀତ ପରିବେଷଣ କରି କଳାକାରମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ । ଏଥିରେ ଅନେକ ଲୋକପ୍ରିୟ ଗୀତ ଯେପରି ହୃଦୟର ଏଇ ଶୂନ୍ୟତାକୁ, ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ଯାରେ ମାଝି ଯା, ଏଇ ପ୍ରୀତି ଫୁଲ ଝରା ପଥେ, ସେଇ ଦୀପ ଅଛି ସେଇ ଫୁଲ ଅଛି, ମୁଁ ତ ଥିଲି ଏକୁଟିଆ ବାଁଆରା ପକ୍ଷୀ, ତୋ ବିନା ଲାଗେନା ଭଲ କିଛି, ମୁଁ ଯେ ଏକ ପାଗଳ ଭଁଅର, ମନେ ପଡ଼େ ଆଜି ମୋର, ସୁନାର ଚଢ଼େଇ ଉଡ଼ି ଉଡ଼ି ଆସେ, କହନା ଏ ଫୁଲ କହନା, ଶୋଲଟି ଫଗୁଣ ଆସି ତୋତେ ଛୁଇଁ ଗଲା ପରେ, ରସ ଜାମୁ ଡାଳି, ପୂଜା କାହିଁ ପୂଜା, ମିତ ରେ ମିତ, ଯେଦିନୁ ପାଇଛି ମୋ ପ୍ରିୟା, ରେ ପ୍ରିୟା ମୋର, ହାଏ ତୋ ପ୍ରେମ ତୋ ପ୍ରେମ, ସୋଳଟି ଫଗୁଣର ପାହାଚକୁ ଡେଇଁ ଆଦି ଗୀତରେ ଦର୍ଶକ ଝୁମି ଉଠିଥିଲେ । ବଂଶୀ ଓ ସେକ୍ସୋଫୋନ୍‌ର ଯୁଗ୍ମ ପରିବେଷଣରେ ଏ ବନର ଛାଇ, ସେକ୍ସୋଫୋନ୍‌ରେ ପୁଣ୍ୟର ନଦୀ ତୀରେ, ବେଞ୍ଜୋରେ ନିଦ ଭରା ରାତି ଗୀତର ଧୁନ୍ ପରିବେଷଣ କରି ବଲ୍‌ଜିତ୍ ସିଂହ୍, ଡକ୍ଟର ଜୟନ୍ତ ଆଚାର୍ଯ୍ୟ ଓ ଡକ୍ଟର ପ୍ରଫୁଲ୍ଲ ଦାସ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଓଡ଼ିଆ ସିନେ ତାରକା ଅଭିନେତ୍ରୀ ଶ୍ରେୟା ମହାନ୍ତି (ଭୋଟ୍ ଚଳଚ୍ଚିତ୍ରର ନାୟିକା)ଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ଚୌଧୁରୀ, ଅନୁଷ୍ଠାନର ଉପଦେଷ୍ଟା ଡକ୍ଟର ପ୍ରଦୀପ କୁମାର ସାହୁଙ୍କ ସହିତ ବହୁ କଣ୍ଠଶିଳ୍ପୀ ଯଥା ଶ୍ରୀମତୀ ଇତି ପଟ୍ଟନାୟକ, ନିବେଦିତା ବେହେରା, ସଙ୍ଗୀତା ପାତ୍ର, ରୀନା, ମିନତୀ ତ୍ରିପାଠୀ, ଝୁନୁ ନାୟକ, ସସ୍ମିତା ଲେଙ୍କା, ହିମାନି ମହାପାତ୍ର ପ୍ରମୁଖ ତଥା ତପନ ନାୟକ, ସନ୍ତୋଷ ଦାସ, ସତ୍ୟବ୍ରତ ମହାନ୍ତି, ପ୍ରଦୀପ ମହନ୍ତ, ଅଜୟ ଖଟୁଆ, ଅଶ୍ଵିନୀ ସିଂହ, ଅଶୋକ ପଟେଲ, ରାମଚନ୍ଦ୍ର ମହନ୍ତ, ସୁଶାନ୍ତ ପ୍ରଧାନ, ଡକ୍ଟର ପ୍ରଫୁଲ୍ଲ ଦାସ, ଡକ୍ଟର ଜୟନ୍ତ ଆଚାର୍ଯ୍ୟ, ବଲ୍‌ଜିତ୍ ସିଂହ, ବିଭୁଦତ୍ତ ରଥ, ସୌମେନ୍ଦ୍ର ଦାସ, ରଞ୍ଜିତ ଗୁପ୍ତା, ନରେନ୍ଦ୍ର ପାତ୍ର, ବିକାଶ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଫିରୋଜ୍ ଓ ଅଶ୍ଵିନୀ କାର୍ଯ୍ୟକ୍ରମ ସଂଯୋଜନା ପୂର୍ବକ ଓଡ଼ିଶାର ଗୌରବମୟ ଇତିହାସ, ସମୃଦ୍ଧ ପରମ୍ପରା, ସଂସ୍କୃତି ତଥା ଓଡ଼ିଆ ଭାଷା ତଥା ଓଡିଆ ସଙ୍ଗୀତ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ସନ୍ତୋଷ ଦାସ ଇସ୍ପାତ ସହରରେ ସଂଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ଭୂମିକା ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ସହ ଧନ୍ୟବାଦ୍‌ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.