csstore

ଆଇନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂରଞ୍ଜନ ପଟ୍ଟନାୟକ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ଭାଷଣ ଜଣାଇ ଆଗାମୀ ଜୀବନ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ବିଦାୟୀ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟରେ ବିତାଇଥିବା ମୁହୁର୍ତ୍ତର ସ୍ମୃତି ଚାରଣ କରିବା ସହ ଅଧ୍ୟାପକ ଅଧ୍ୟାପିକାଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ପରିଚାଳନା କମିଟିର ନିର୍ଦ୍ଦେଶ କ୍ରମେ ଶେଷବର୍ଷର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏତଦ୍‌ ବ୍ୟତୀତ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରାଯାଇ ସଭା ସାଙ୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକା ଡ. ସମ୍ପାଦିକା ମହାନ୍ତି, ଡ. ପ୍ରଜ୍ଞା ପରମିତା ପଣ୍ଡା, ଡ଼. ଦ୍ୱିବେନ୍ଦୁ କୁମାର ପଣ୍ଡା, ତନ୍ମୟରାଜ ପାଢ଼ୀ, ମନୋରଞ୍ଜନ ମହାନ୍ତି, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ଲକ୍ଷ୍ମୀପ୍ରିୟା ସାହୁ, ଅନିତା ଜେନା, ହୃଦୟାନନ୍ଦ ମହାନ୍ତି, ନନ୍ଦକିଶୋର ମହନ୍ତ, ଆୟୁଷ୍ମାନ ସାହୁ, ଦେବକୀ କାରୁଆ, ରବିନ୍ଦ୍ର ବାଲମୁଚୁ, ନିତ୍ୟାନନ୍ଦ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.