pakka

ଆଦର୍ଶ ପାଠାଗାରର ବିଷୁବ ମିଳନ : ସାହିତ୍ୟ ଓ ସମ୍ବର୍ଦ୍ଧନା ସଭା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ବିଷୁବ ମିଳନ, ସାହିତ୍ୟ ଓ ସମ୍ବର୍ଦ୍ଧନା ସଭା ପାଠାଗାର ପରିସର ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ତଥା ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମହିଳା କମିଶନର ଲୋପାମୁଦ୍ରା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଷୁବ ସଂକ୍ରାନ୍ତି ପାଳନର ଆଭିମୁଖ୍ୟ ଓ ଗରିମାମୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ତାଙ୍କ ବକ୍ତବ୍ୟରେ ସେ ମାତୃ ଓଡ଼ିଆର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିବା ସହ ମା ଯେ ପର୍ଯ୍ୟନ୍ତ ଥିବ ମାତୃଭାଷା ସେତେଦିନ ବଞ୍ଚିଥିବ ବୋଲି ମତ ରଖିଥିଲେ । ସାହିତ୍ୟ ବିଭାଗର ଉପସଭାପତି ଡ଼. ସନାତନ ପ୍ରଧାନ ଉତ୍କଳର ପ୍ରାଚୀନ ସାହିତ୍ୟ, ସଂସ୍କୃତି ଓ ପରମ୍ପରା କିପରି ମହାନ ତାହାର ତଥ୍ୟ ଭିତ୍ତିକ ଉଦାହରଣ ଦେଇ ମହାବିଷୁବ ସଂକ୍ରାନ୍ତି କିପରି ଶ୍ରେଷ୍ଠ ସଂକ୍ରାନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଓଡ଼ିଶାର ସୁନାମଧନ୍ୟ କବି ଶ୍ରୀଦେବଙ୍କୁ ଚଳିତ ବର୍ଷ ବିଷୁବ ସମ୍ମାନ ୨୦୨୪ରେ ସମ୍ମାନିତ କରାଯାଇଥିଲା । ସେହିପରି ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ଓ ଏକ ମନୋଜ୍ଞ କବିତା ପାଠୋତ୍ସବ ସହ ପଣା ସେବନର ଆୟୋଜନ କରାଯାଇଥିଲା । ନିରୁପମା ପତି ଓ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ସହରର ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, କବିଓ ସହରବାସୀ ଯୋଗ ଦେଇ ଥିବା ବେଳେ ବିଜୟ କୁମାର ପାତ୍ର ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Leave A Reply

Your email address will not be published.

14 + 9 =