କୋଶଲ ଭଞ୍ଜ କବି ରସିକ ବେହେରାଙ୍କ ତିନୋଟି କାବ୍ୟ ଉନ୍ମୋଚିତ

ଗାଇସିଲାଟ : (ପୁସ୍ତମ ଯୁଆଡି) : କୋଶଲ ଭଞ୍ଜ କବି ରସିକ ବେହେରାଙ୍କ କୋଶଲି/ସମ୍ବଲପୁରୀ କାବ୍ୟ ଧରସା ଜୀବନର ସର୍‌ସା ଏବଂ ଓଡ଼ିଆ କାବ୍ୟ ‘ପ୍ରାଚୀନ ପ୍ରାଚୀ ରୂପା ରାସଯାତ୍ରା’ ଓ ‘ଜନମ ଭୂଇଁ’ କବିଙ୍କ ଗ୍ରାମ ନୂଆପାଲିଠାରେ ଉନ୍ମୋଚିତ ହୋଇଯାଇଛି । ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲାଟର ଉଦ୍ୟମରେ ଆୟୋଜିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ରମଣୀ ରଞ୍ଜନ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଆଦିତ୍ୟ ପଣ୍ଡା । ସଭାପତି ପରମେଶ୍ବର ସାହୁ ଅତିଥି ପରିଚୟ ପ୍ରଦାନ କରି ସଭା ପରିଚାଳନା କରିଥିଲେ । ମୁଖ୍ୟ ବକ୍ତା ନିରଞ୍ଜନ ପଣ୍ଡା କବିଙ୍କର ସାରସ୍ୱତ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିବା ବେଳେ ସମ୍ମାନିତ ବକ୍ତା ବୈଶବ ଖରସେଲ କବିଙ୍କର ଅପ୍ରକାଶିତ ପାଣ୍ଡୁଲିପି ଗୁଡିକର ପ୍ରକାଶିତ ହେବା ସମ୍ପର୍କରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

କବିଙ୍କର ଅମ୍ଳାନ ପ୍ରତିଭା ସମ୍ପର୍କରେ ଦିବାକର ଯୋଶୀ, କେଶବ ଚନ୍ଦ୍ର ଭୋଇ, ରବି ନାଗ ମଧ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରକାଶକ ଦାୟିତ୍ୱ ବହନ କରିଥିବା ଗୌରାଙ୍ଗ ପାଣ୍ଡେ ପୁସ୍ତକ ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । କବି ରସିକ ବେହେରା, ଅନନ୍ତ କୁମାର ମେହେର, ଶିବପ୍ରସାଦ ମେହେର କାବ୍ୟ ଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରକାଶ ଥାଉ କି ଏହା ପୂର୍ବରୁ କବିଙ୍କର ଆଠ ଗୋଟି କାବ୍ୟ ପ୍ରକାଶିତ ହୋଇଥିବା ବେଳେ ଆଉ ଚଉଦ ଖଣ୍ଡ କାବ୍ୟ ଅପ୍ରକାଶିତ ହୋଇ ରହିଛି । ଏହି ଅବସରରେ କବି ବୈରାଗୀ ସାହୁ, ଯଦୁମଣି ସାହୁ, ଈଶ୍ୱର ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ଭୋଇ, ସଦାଶିବ ଦୀପ, ଯଶୋବନ୍ତ କୁମ୍ଭାର, ରତ୍ନମଣି ସାହୁ, ବ୍ରଜମୋହନ ସାହୁ, ଧରମ ଭୋଇ, ହେମନ୍ତ କୁମ୍ଭାର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ କବି ରୁକ୍ମଣ ଦିଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.