jayashree

ଶ୍ରୀପତି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ : ତହଁକ୍ କୁଟୁମ୍‌କୁ ମିଳିଳା ସାହିତ୍ୟ ସେବା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଇଟିଆଇ ନିକଟ ଶୁଭରାଜ୍ ଭବନ୍‌ରେ ଶ୍ରୀପତି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ କବି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନୀତ ଅତିଥି ଭାବରେ ସତ୍ୟ ନାରାୟଣ କୁମୁରା, କବି ରାଜୀବ ପ୍ରସାଦ ଭୋଇ ଯୋଗ ଦେଇଥିଲେ । କୋଶଲୀ ଭାଷା ପାଇଁ ଅହରହ ସାହିତ୍ୟ କାର୍ଯ୍ୟ ତୁଳାଇ ଆସୁଥିବା ତହଁକ୍ ସାହିତ୍ୟ ଆର୍ କଳା କୁଟୁମ୍‌ର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମାଆ ମାଟି ଭାଷା ସାହିତ୍ୟ ପାଇଁ ଏ ଅନୁଷ୍ଠାନ ଏମିତି ସବୁଦିନ ଲାଗିଥିଲେ ନିଶ୍ଚୟ କୋଶଲୀ ଭାଷା ସାହିତ୍ୟ ମାନ୍ୟତା ପାଇବ ବୋଲି ସାଂସଦ ବିଶି ନିଜ ବକ୍ତବ୍ୟରେ କହିଥିଲେ । ଅତିଥିମାନଙ୍କ ହାତରେ କବି ରାଜୀବ ପ୍ରସାଦ ଭୋଇଙ୍କ କବିତା ସଂକଳନ “ପ୍ରେମ୍” ଲୋକାର୍ପିତ ହୋଇଥିଲା । ଶ୍ରୀପତି ସାହିତ୍ୟ ସଂସଦ ତରଫରୁ କୋଶଲୀ ସାହିତ୍ୟ ସେବା ସମ୍ମାନ ଭାବରେ ତହଁକ୍ ସାହିତ୍ୟ ଆର୍ କଳା କୁଟୁମ୍‌କୁ ସମ୍ମାନିତ କରାଯାଇଥିବା ବେଳେ, ଅନନ୍ୟ ପ୍ରତିଭା ସମ୍ମାନ ପୁଷ୍ପାଞ୍ଜଳି ମେହେର ଏବଂ ଆଶୁକବି ସମ୍ମାନରେ ଗରିବ ମଲ୍ଲିକଙ୍କୁ ସମ୍ମାନୀତ କରାଯାଇଥିଲା । ତହଁକ୍ ସମ୍ପାଦକ ରାଜେଶ୍ ଦଣ୍ଡସେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ଏକ କବିତା ଆସର ଚାଲିଥିଲା । ଏଥିରେ ସମାଜସେବୀ ଦିଗାମ୍ବର ନାଏକ ଓ କବି ଗୋପାଳ ମେହେର ଅତିଥି ଭାବରେ ଯୋଗ ଦେଇଥିଲେ । କବି ଦିଲ୍ଲୀପ ମିଶ୍ରଙ୍କ ସଂଯୋଜନାରେ ୫୦ ଜଣ କବି କବିତା ପାଠ କରିଥିଲେ । ଧନ୍ୟବାଦ ଦେଇଥିଲେ ଅର୍ଜୁନ କୁମାର ସାହୁ, ସହଯୋଗ କରିଥିଲେ ମିଲନ ପଣ୍ଡା, ଗୀରିଶ ପାତ୍ର, ରୋଶନ ସାହୁ, ସୁଜାତା ନାଏକ ।

Leave A Reply

Your email address will not be published.