ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ବିଜ୍ଞାନ ଏକାଡେମି (ଜିଏଏସ୍)ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକାମାନେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡ. କାର୍ତ୍ତିକ ପ୍ରଧାନଙ୍କ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ସାହୁ, ଅଞ୍ଚଳ ମହା ବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଡ. ବିରଞ୍ଚି ସାହୁ ଓ ପ୍ରାଣୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ତାପିନି ପଣ୍ଡା ଯୋଗଦାନ କରି ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭରେ ଗନ୍ଧମାର୍ଦ୍ଦନ ଏକାଡେମିର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଉକ୍ତ ଅବସରରେ ଜଗନ୍ନାଥ ଦାସ ଓ ଇତିଶ୍ରୀ ଦାଶଙ୍କ ଭଜନ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା । ଡ. କାର୍ତ୍ତିକ ପ୍ରଧାନ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ତଥ୍ୟ ଭିତ୍ତିକ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ବିକାଶ ହିଁ ଅନୁଷ୍ଠାନର ମୂଳଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଚଳିତ ଶିକ୍ଷାବର୍ଷଠାରୁ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ ତଥା ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାମାନେ ନିଜ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ପରିଶେଷରେ ସମସ୍ତଙ୍କ ସକ୍ରିୟ ଯୋଗଦାନ ପାଇଁ ଏକାଡେମିର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post