jsm

ଜିଲ୍ଲା ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରିଣୀ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିରରେ ଶିବ ଶଙ୍କର ଖୁଆସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ମହାସଂଘର ସଂପାଦକ ପ୍ରହଲ୍ଲାଦ ମହାପାତ୍ରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ବଲାଙ୍ଗିରଠାରେ ଆସନ୍ତା ତା.୦୭.୦୪.୨୦୨୪ ହେବାକୁ ଥିବା ସଭାରେ କେହି ଯୋଗ ନଦେବାକୁ ଅନୁରୋଧ କରିଥିଲେ । ଅନେକ ଜିଲ୍ଲାର କାର୍ଯ୍ୟକର୍ତ୍ତା ତଥା ପ୍ରତିନିଧି ଯୋଗ ଦେବେ ନାହିଁ ବୋଲି ପ୍ରକାସ କରିଥିଲେ । ସଂଘର ସଂପାଦକ ବସନ୍ତ ଆଚାର୍ଯ୍ୟ ଗତ ମାର୍ଚ୍ଚ ମାସର ପ୍ରେସ୍‌ ବିଜ୍ଞପ୍ତିରେ ଯେଉଁ ଦାବି କରାହୋଇଥିଲା ତାହା ସଂପୃକ୍ତ ବିଭାଗ ତଥା ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ପୁର୍ନର୍ବାର ମହାସଂଘର ସଂପାଦକ ଶ୍ରୀ ମହାପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଉକ୍ତ ସଭାର ସଭାପତି ଶ୍ରୀଯୁକ୍ତ ଖୁଆସ ତା.୧୪.୦୪.୨୦୨୪ ପଣା ସଂକ୍ରାନ୍ତି ଦିନ ଦହିପଣା ଆରଟିଓ ଛକରେ ବଣ୍ଟନ କରିବାର ପ୍ରସ୍ତାବକୁ ସମସ୍ତ ସ୍ୱାଗତ କରିଥିଲେ । ଆଜିର ସଭାରେ ଗୋପ ପୁରୋହିତ, ବିପିନ ପଣ୍ଡା, ଉମା ପାତ୍ର, ପର୍ଶୁରାମ ନାୟକ, ଜ୍ୟୋସ୍ନା ନନ୍ଦ, ରାଧାକାନ୍ତ ମେହେର, ଭଞ୍ଜ କିଶୋର ନାଗ, ପ୍ରଦୀପ ଗୁରୁ, ଯଥା ବିଶ୍ୱାଲ ଉପସ୍ଥିତ ଥିଲେ । ସଭା ଶେଷରେ ସଫଳ ଭାବରେ ସମ୍ପୂର୍ଣ୍ଣ ହୋଇଥିବା ସହସଂପାଦକ ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.