csstore

ମାଁ କୁଶଙ୍ଗାଇଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ଲୋଇସିଂହା ବିଜେଡ଼ି ପ୍ରାର୍ଥୀ ନିହାର ବେହେରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ । କୁଶଙ୍ଗ ଗ୍ରାମର କୁଶଙ୍ଗାଇ ମାଁଙ୍କଠାରୁ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରା । ଏହା ସହ ଦଳୀୟ କର୍ମୀଙ୍କୁ ନେଇ କୁଶଙ୍ଗ ଗ୍ରାମ ପରିକ୍ରମା କରିବା ପରେ ବଡ଼ ମନ୍ଦିର ଯାଇ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଥିଲେ ନିହାର । ଗତ ଆଠ ବର୍ଷ ଧରି ଲୋଇସିଂହା ବିଜେଡ଼ିର ସାଙ୍ଗଠନିକ ଦାୟିତ୍ୱ ତୁଲାଇବା ସହିତ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସହିତ ଜନସଂପର୍କ ରଖିଥିଲେ । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋଙ୍କ ଶୁଭ ଦୃଷ୍ଟିରେ ରହିବା ପରେ ନିହାରଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ଲୋଇସିଂହା ପାଇଁ ବିଜେଡ଼ି ତରଫରୁ ଟିକେଟ୍‌ ମିଳିଛି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲୋଇସିଂହା ବ୍ଲକ୍‌ ବିଜେଡ଼ି ସଭାପତି ହୃଦୟା ନନ୍ଦ ବେହେରା, ମହିଳା ସଭାନେତ୍ରୀ ଜ୍ୟୋସ୍ନାମୟୀ ନାଗ, ଯୁବ ବିଜେଡ଼ି ନେତା ତଥା ଜିଲ୍ଲା ବିଜେଡ଼ି ଉପସଭାପତି ନୀତେଶ ଅଗ୍ରୱାଲ, ଲୋଇସିଂହା ବ୍ଲକ୍‌ ଅଧକ୍ଷ ଯତୀନ୍ଦ୍ର ପଟେଲ ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.