pakka

ପୂଜ୍ୟପୂଜାର ଅଗ୍ରଗମନ : ‘ପରିବ୍ୟାପ୍ତ ପରିଧି’ ବିମୋଦନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ଆନୁକୁଲ୍ୟରେ ବଲାଙ୍ଗିର ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟର ସଭାଗୃହରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ ମୁଖ୍ୟ ଅତିଥି ଓ ଆଦର୍ଶ ଶିକ୍ଷକ ଗିରିଜା ଶଙ୍କର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ସମାଜରେ ପୂଜ୍ୟପୂଜାର ଘୋର ଅଭାବ ଥିବା ସମୟରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗିରିଜା ଶଙ୍କର ରଥଙ୍କ ପାଇଁ ତାଙ୍କ ପୂର୍ବତନ ଛାତ୍ରଛାତ୍ରୀମାନେ ଲେଖିଥିବା ଓ ପ୍ରକାଶିତ କରିଥିବା ‘ପରିବ୍ୟାପ୍ତ ପରିଧି’ ସମାଜ ପାଇଁ ଏକ ପ୍ରେରଣା ହୋଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପୂଜ୍ୟପୂଜା ସେବା ସଂଗଠନର କାର୍ଯ୍ୟଶୈଳୀକୁ ଅତିଥିମାନେ ପ୍ରଶଂସା କରିଥିଲେ । ଅତିଥିମାନଙ୍କ ପରିଚୟ ଓ ସଭାକୁ ପରିଚାଳନା କରିଥିଲେ କସ୍ତୁରୀ ରଥ । ପରିବ୍ୟାପ୍ତ ପରିଧିକୁ ଆଲୋଚନା କରିଥିଲେ କବି ରତ୍ନମୟ ତ୍ରିପାଠୀ ।ଏହି ସଭାରେ ମଳୟ ମିଶ୍ର, ଡ. ଭବାନୀ ଶଙ୍କର ପଟେଲ ଓ ବାଳକୃଷ୍ଣ ମିଶ୍ର ଶ୍ରୀ ରଥଙ୍କ ଜୀବନାଦର୍ଶ ଉପରେ ନିଜର ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଦୁର୍ଗା ସାହୁ, ଚୁଡେନ୍ଦ୍ର କୁମାର ବେହେରା, ତପସ୍ୱିନୀ ପଶାୟତ, ଧିରେନ୍ଦ୍ର ନାରାୟଣ ସିଂହଦେଓ, କପିଳ ପତି, ହୃଷିକେଶ ପୁରୋହିତ ଓ ମଦନ ମୋହନ ରଥ । ଏହି ସାରସ୍ୱତ ସଭାରେ ବଲାଙ୍ଗିରର ବହୁତ ଗୁଣିଜ୍ଞାନୀ ଉପସ୍ଥିତ ଥିଲେ । ଶେଷରେ ମଧୁ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

5 − five =

error: Content is protected !!