pakka

ଜୀବନ ଥିବାଯାଏଁ ଜନସେବା କରିବି : ବିଦାୟୀ ସଭାରେ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ ବକ୍ତବ୍ୟ

bbehera

ମନମୁଣ୍ଡା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ୍‌ ଖଟଖଟିଆ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ନରେନ୍ଦ୍ର ପ୍ରଧାନ ଦୀର୍ଘ ୩୮ବର୍ଷ ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କଲାପରେ ରବିବାର ଅବସର ନେଇଛନ୍ତି । ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଜୀବନ ଥିବାଯାଏଁ ଜନସେବା କରିବି ଓ ବିଦ୍ୟାଳୟ ଯେତେବେଳେ ଡାକିବ ଆସିବାକୁ ଗୋଡ଼କାଢ଼ିବି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯାଜ୍ଞସେନୀ କ୍ଷେତୀଙ୍କ ଅଧ୍ୟକ୍ଷତାରେ ଓ ପ୍ରାକ୍ତନ ଛାତ୍ରା ତଥା ଶିକ୍ଷକ ରଂଜୁ ଅମାତଙ୍କ ସଂଯୋଜନାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ନାଟ୍ୟକାର ହରିହର ପ୍ରଧାନ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ସରପଞ୍ଚ ତଥା ସଂପାଦକ ଗଣେଷ ବସ୍ତିଆ, ଅବସରପ୍ରାପ୍ତ ପ୍ରଧାନ ଜୟନ୍ତ ପ୍ରଧାନ, ଭୁବନେଶ୍ୱର ବସ୍ତିଆ, ପ୍ରାକ୍ତନ ଶିକ୍ଷକ ଜୟକୃଷ୍ଣ ପ୍ରଧାନ, ବରଗାଁ ଓ ଆମ୍ବଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁ, ସୁକଦେବ ପଣ୍ଡା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ନରେନ୍ଦ୍ର ପ୍ରଧାନଙ୍କ ଶିକ୍ଷାଦାନ ଶୈଳୀ ଓ କିପରି ଛାତ୍ରା ବତ୍ସଳ ଥିଲେ କହିଥିବା ବେଳେ ଉପସ୍ଥିତ ସମସ୍ତ ଅତିଥି ତାଙ୍କର ଦୀର୍ଘ ଓ ସୁସ୍ଥମୟ ଜୀବନର କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନ “ମୋ ସ୍କୁଲ ଅଭିଯାନ” ପାଇଁ ୩୦ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ । ବିଦ୍ୟାଳୟର ଶତାଧିକ ପୁରାତନ ଛାତ୍ରାମାନେ ଏକ ଶୋଭାଯାତ୍ରାରେ ନିଜ ଗାଁ ଦପଲା ଗ୍ରାମ ପଞ୍ଚାୟତର ପରିବନ୍ଧ ପର୍ଯ୍ୟନ୍ତ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପଞ୍ଚାନନ ପ୍ରଧାନ, ତରଙ୍ଗିନୀ ବେହେରା, ଶେଷଦେବ ବଗର୍ତ୍ତି, ବିଭୁତି କଁଅର, ଅଜୟ ସାହୁ, ପ୍ରବେଶ ସାହୁ, ପ୍ରଦୀପ୍ତ ଖେତୀ ସହଯୋଗ କରିଥିବା ବେଳେ ବିଦ୍ୟାଳୟ କମିଟିର ସଦସ୍ୟ ଲିଙ୍ଗରାଜ ପ୍ରଧାନ, ସୁରେନ୍ଦ୍ର ସାହୁ, ସୁରେଶ ବାଘ, ପଞ୍ଚାନନ ଭୋଇ ଓ ପୁରାତନ ଛାତ୍ର ଫକୀର ବସ୍ତିଆ, ପ୍ରକାଶ ବସ୍ତିଆ, ସଂଜୀବ ବସ୍ତିଆ, ନେପାଳ ପଲିଆ, ସୁକାନ୍ତ ପ୍ରଧାନ, ରାଜୁ ପ୍ରଧାନ, ଅରବିନ୍ଦ ବାରିକ, ନିମେଇ ପାତ୍ର, ବିକାଶ ମାଝୀ, ଆକାଶ ମାଝୀ, ଅଜିତ ପ୍ରଧାନ, ସୁଜିତ ପ୍ରଧାନ, ମନ୍ଥନ କର୍ଣ୍ଣ, ଜଗନ୍ନାଥ ଖେତୀ, ମୟ ବାଘ, ସିତାରାମ ବସ୍ତିଆ, ଅର୍ଜୁନ ପ୍ରଧାନ ପ୍ରମୁଖ ଛାତ୍ରମାନେ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଶୋଭାଯାତ୍ରାର ଆୟୋଜନ କରିଥିଲେ ।

jay balangir
Leave A Reply

Your email address will not be published.

four × 1 =

error: Content is protected !!