ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଶେଫାଲି ଶରଣ

ନୂଆଦିଲ୍ଲୀ, (ପିଆଇବି) : ମନୀଷ ଦେଶାଇଙ୍କ ଅବସର ପରେ ଶ୍ରୀମତୀ ଶେଫାଲି ବି ଶରଣ ଆଜି ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତୀ ଶରଣ ହେଉଛନ୍ତି ୧୯୯୦ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ । ତିନି ଦଶନ୍ଧିରୁ ଅଧିକ ସମୟର ଏକ ଜାଜ୍ଜୁଲ୍ୟମାନ କ୍ୟାରିୟରରେ ସେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭଳି ବିଭିନ୍ନ ମନ୍ତ୍ରଣାଳୟ ପାଇଁ ପତ୍ର ସୂଚନା କାର୍ଯ୍ୟାଳୟ ଅଧିକାରୀ ଭାବରେ ମୁଖ୍ୟତଃ ଗଣମାଧ୍ୟମ ପ୍ରଚାର କାର୍ଯ୍ୟର ଦାୟିତ୍ୱ ତୁଲାଇଛନ୍ତି । ସେ ଭାରତୀୟ ନିର୍ବାଚନ ଆୟୋଗଙ୍କ ମୁଖପାତ୍ର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ସେ କେନ୍ଦ୍ରୀୟ କର୍ମଚାରୀ ନିଯୁକ୍ତି ଯୋଜନା ଡେପୁଟେସନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (ପାରମ୍ପରିକ ଚିକିତ୍ସା ପଦ୍ଧତି/ଆୟୁଷ ବିଭାଗ (୨୦୦୨-୨୦୦୭) ଏବଂ ଅର୍ଥ ମନ୍ତ୍ରଣାଳୟ (ଆର୍ଥିକ ବ୍ୟାପାର ବିଭାଗ ୨୦୧୩-୨୦୧୭)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ସେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନା ନୀତି ବିଭାଗରେ ଓଏସଡି କ୍ୟାଡର ପଦବୀରେ କାର୍ଯ୍ୟ କରିବା ସହିତ ୨୦୦୭-୨୦୦୮ ପର୍ଯ୍ୟନ୍ତ ଏଲ୍‌ଏସ୍‌ଟିଭି, ଲୋକସଭା ସଚିବାଳୟର ପ୍ରଶାସନିକ ଓ ଅର୍ଥ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀମତୀ ଶରଣଙ୍କୁ ପତ୍ର ସୂଚନା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.

five × five =