lika

ଭାଲୁପାଲିରେ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକର ଭାଲୁପାଲି ଗ୍ରାମରେ ପବିତ୍ର ହୋଲି ଉତ୍ସବ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଦିନ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ପ୍ରାକୃତିକ ମାଟି (ଉଇ ହୁଙ୍କା ମାଟି, ଗୋଲାପ ଜଳ, ମୁଲତାନୀ ମାଟି, ନିମ୍ବପତ୍ର, ହଳଦୀ, ଗୋମୂତ୍ର ମିଶ୍ରଣ ମାଟି) ଲେପ ଦେହରେ ବୋଲି ହୋଇ ଗ୍ରାମ ସାରା ପରିକ୍ରମା କରିଥିଲେ । ଗ୍ରାମର ଯୋଗ ଶିକ୍ଷକ ଶେଷଦେବ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହି ପ୍ରଲେପ ଦ୍ଵାରା ବିଭିନ୍ନ ଚର୍ମରୋଗରୁ ମୁକ୍ତିଲାଭ ମିଳିବ ବୋଲି ଆୟୋଜକ କହିଛନ୍ତି ।

sandip
Leave A Reply

Your email address will not be published.