oom

ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

jsmm

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ମାଧପୁର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ଷଣ୍ଢ ଆକ୍ରମଣରେ ଗାଁର ଜଣେ ବୃଦ୍ଧା ତଥା ବି.ପୁରୁଷୋତ୍ତମ ପାତ୍ରଙ୍କ ପତ୍ନୀ ବି.କାମିଲି ପାତ୍ର (୫୮)ଙ୍କ ମୃତ୍ୟୁ ଘଟିଛି । କାମିଲି ସକାଳୁ ଘର ପାଖକୁ କୌଣସି ଏକ କାମରେ ଯାଉଥିବା ବେଳେ ରାସ୍ତାପାର୍ଶ୍ଵରେ ଛିଡ଼ା ହୋଇଥିବା ଷଣ୍ଢଟି ଅଚାନକ ବୃଦ୍ଧାଙ୍କୁ ଆକ୍ରମଣ କରି କିଛି ବାଟ ଘୋଷାଡ଼ି ଘୋଷାଡ଼ି ନେଇଥିଲା ଫଳରେ ପତଳା ଜୀର୍ଣ୍ଣ ଶରୀରଧାରୀ ବୃଦ୍ଧା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଷଣ୍ଢ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି ।

jittmm
Leave A Reply

Your email address will not be published.