csstore

ବଲାଙ୍ଗିର ଜଗନ୍ନାଥପଡା ରାମଲୀଳା ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ରାମଲୀଳା ନାଟକ ଆୟୋଜିତ କରିବା ପାଇଁ ନାଟ୍ୟ ସଂସଦ ତରଫରୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ୧୯ ତାରିଖ ମଙ୍ଗଳବାର ଦିନଠାରୁ ରାମଜୀପଡା ରଘୁନାଥ ମନ୍ଦିର ଆଜ୍ଞାମାଳ ଆଣି ରାମଲୀଳା ରିଏଲ୍‌ସିଏଲ୍‌ ହେବ । ବଲାଙ୍ଗିର ମାଉସୀ ମା’ ମନ୍ଦିର ପ୍ରାଙ୍ଗଣରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିଦାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ପୁଣି ରାମଲୀଳା ନାଟକୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଦାଶିବ ରଚିତ ରାମଲୀଳା ନାଟକ ବଛା ବଛା ଆଞ୍ଚଳିକ କଳାକାରଙ୍କୁ ନେଇ ପରିବେଷଣ କରାଯିବା ସଭାରେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାର୍ଥନା ହୋଇଥିବା । ଏହା ପରେ ଗୁରୁ ବାଳମୁକୁନ୍ଦ ବେହେରାଙ୍କ ତତ୍ତ୍ୱାବଧାନରେ ପୁଣି ଥରେ କିପରି ରାମଲୀଳା ନାଟକ ଲୋକପ୍ରିୟ ତଥା ସଫଳ ହୋଇ ପାରିବ ସେ ଦିଗରେ ଆଲୋଚନା ହୋଇଥିଲା । କଳାକାର ଚୟନ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସଭାରେ ସମସ୍ତ ସଭ୍ୟ ନିଜ ନିଜ ଅନୁଭୂତି ତଥା ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ । ଡା. ରୁଦ୍ରନାରାୟଣ ପଟେଲ ନାଟ୍ୟ ସଂସଦକୁ କିପରି ଲୋକାଭିମୁଖୀ କରାଯିବା ସହ ବଲାଙ୍ଗିର ଜିଲ୍ଲାକୁ ଏକ ଐତିହ୍ୟ ତଥା ପୌରାଣିକ ସହର ରୂପେ ପରିଣତ କରାଯାଇ ପାରିବ ସେଥି ପ୍ରତି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ । ପରେ ପରେ କଳାକାର ଚୟନ ମାଉସୀ ମା’ ମନ୍ଦିରରେ କଳାକାର ଚୟନ କରାଯାଇଥିଲା । ବାସୁଦେବ ବେହେର, ସୁଶାନ୍ତ ଚୋପଦାର, ମନୋରଂଜନ ରାଉତ, ସୁବାଷ ସାଏ ମଂଚାସିନ ହୋଇଥିବା ବେଳେ ଶୈଳେନ କୁମାର ବାବୁ, ମାନସ ରଂଜନ ସାହୁ, ଆନନ୍ଦ ମିଶ୍ର, କୁମୁଦ ନାଏକ, ଅରୁଣ କୁମାର ରାଉତ, ଚୈତନ୍ୟ ମଟାରି, ଘୁଣ୍ଡୁଗୋପାଳ ମିଶ୍ର, ସଂଜିବ ସାହାଣି, ମନୋରଂଜନ ବେହେରା, ସଂଗ୍ରାମ ନାଏକ, ଶ୍ୟାମ ସୁନ୍ଦର ସାଏ, ଘନଶ୍ୟାମ ସାଏ, ଜୟନ୍ତ ନାଏକ, ଅଶ୍ୱିନୀ ନାଏକ, ରାମକୃଷ୍ଣ ପଟେଲ, ସମରେନ୍ଦ୍ର ପଟେଲ, ଜିତେନ୍‌ନ୍ଦ୍ର ବଢିଆ, ସୁବ୍ରତ ପଟ୍ଟନାୟକ, ସତ୍ୟ ନାରାୟଣ ମାଝି, ପୁରୁଷୋତ୍ତମ ଦେବତା, ରାମଚନ୍ଦ୍ର ନାଏକ, ଆଦି ସାହୁ, ସଚ୍ଚିକାନ୍ତ ମିଶ୍ର, କୁଳମଣି ପଟେଲ ଉପସ୍ଥିତ ଥିଲେ । ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.