csstore

ଜୟପାଟଣାଠାରେ ଜାତୀୟ କଂଗ୍ରେସର ନିର୍ବାଚନୀ ବିଗୁଲ୍ : ବଳଭଦ୍ରଙ୍କ ଶକ୍ତି ପ୍ରଦର୍ଶନ

ଜୟପାଟଣା, (ଶେଷଦେବ ବେହେରା) : କିଛି ବର୍ଷ ଧରି ବିଜେଡିର ନିଜକୁ ଅସହାୟ ମଣି ଆସୁଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କଂଗ୍ରେସରେ ଯୋଗଦେବା ପରେ ବୁଧବାର ଏକ ବିଶାଳ ରାଲି ଦ୍ଵାରା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିବା ପାଇଁ ପ୍ରୟାସ ଜାରି କରିବା ସହିତ ଏକ ସାଧାରଣ ସଭାରେ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ଅଗ୍ନି ବର୍ଷି ଭାଷଣ ଦେଇଥିବା ଜଣାପଡ଼ିଛି । ଏଥି ସହିତ ଶତାଧିକ କର୍ମୀ ବିଭିନ୍ନ ଦଳରୁ ଆସି ବଳଭଦ୍ରଙ୍କ ଆହ୍ୱାନରେ କଂଗ୍ରେସରେ ସାମିଲ ହୋଇଥିଲେ । ଜୟପାଟଣା ସହରର ଗୀତା ଭବନଠାରୁ ଏକ ବିଶାଳ ରାଲି ନଗର ପରିକ୍ରମା କରି କୃଷ୍ଣଚନ୍ଦ୍ର କ୍ଲବ ପଡିଆରେ ପହଞ୍ଚିବା ପରେ ଏକ ସାଧାରଣ ସଭାରେ ବିଭିନ୍ନ ବକ୍ତା ସାଂପ୍ରତିକ ନିର୍ବାଚନ ପାଇଁ ତୃଣମୂଳସ୍ତରରେ ପ୍ରସ୍ତୁତି ପାଇଁ ସମବେତଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆୟୋଜିତ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ଅଧ୍ୟକ୍ଷତା କରିଥିବା ବେଳେ ଜୟପାଟଣା ବ୍ଲକ ସଭାପତି ଗଙ୍ଗାଧର ପାତ୍ର ଅତିଥିମାନଙ୍କୁ ଆମନ୍ତ୍ରଣ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । ଆୟୋଜିତ ସଭାରେ ସର୍ବ ଭାରତୀୟ ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ସାହା ନୱାଜ୍ ଚୌଧୁରୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ବଳଭଦ୍ର ମାଝୀ, ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ଡୁରିଆ, ପୂର୍ବ ସାଂସଦ ନକୁଳ ନାଏକ, ମଣ୍ଟୁ ପଣ୍ଡା, ବେଣୁଧର ଦୁର୍ଗା, ବିଜୟ ନାଏକ, ଗୋବିନ୍ଦ ପ୍ରଧାନୀ, ଚତୁର ସୁନା, ଧରଣୀଧର ଦାସ, ଡମ୍ବରୁ ନାଏକ, ଫକିର ମୋହନ ମାଝୀ, ଜିଲ୍ଲା ସଭା ନେତ୍ରୀ ମାର୍ଜିନା ପ୍ରଧାନ, ସମ୍ପାଦିକା ପ୍ରମିଳା ବାତ୍ରା ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ । ଆୟୋଜନ ପାଇଁ ଆୟୋଜକମାନେ ଆଶାବାଦୀ ଥିବା ବେଳେ ବଳଭଦ୍ରଙ୍କ କଂଗ୍ରେସରେ ଯୋଗଦାନକୁ କଂଗ୍ରେସ କର୍ମୀମାନେ କେତେଦୂର ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.