csstore

ସାମ୍ବାଦିକଙ୍କ କଳାବ୍ୟାଚ ପରିଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମାଜର ପ୍ରାୟ ସମସ୍ତ ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଲୋଭନୀୟ ପ୍ୟାକେଜ ଘୋଷଣା କରି ସାରିଛନ୍ତି । ତେବେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚଉଥିବା ସାମ୍ବାଦିକମାନଙ୍କ ସୁବିଧା ପାଇଁ ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ବୈମାତୃକ ମନୋଭାବର ନୀରବ ପ୍ରତିବାଦ ଜଣାଇଛି ଉତ୍କଳ ସାମ୍ବାଦିକ ସଂଘ । ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଆଜିଠାରୁ କଳା ବ୍ୟାଚ ପରିଧାନ ପୂର୍ବକ ନିଜର ଦାୟିତ୍ଵ ନିର୍ବାହ କରିଛନ୍ତି । ସଂଘର ଜିଲ୍ଲା ସଭାପତି ଅଶ୍ୱିନୀ କୁମାର ନାୟକ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶ୍ୟାମସୁନ୍ଦର ମେହେର, ବିମଳେନ୍ଦୁ ସାହୁ, ସାରଙ୍ଗ ଭୋଇ, ଦେବରାଜ ନାହାକ, ଅଶୋକ ନାରାୟଣ ଭୋଇ, ହୁଲେଶ୍ୱର ହଂସ, ରାଧେଶ୍ୟାମ ମେହେରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଆଜିଠାରୁ କଳାବ୍ୟାଚ ପିନ୍ଧିବା ସହିତ ନୀରବ ପ୍ରତିବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.