oom

ବିଶ୍ୱ କିଡନୀ ଦିବସ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : “ବିଶ୍ୱ କିଡନୀ ଦିବସ” ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଯାହା ପ୍ରତିବର୍ଷ ମାର୍ଚ୍ଚ ୨ୟ ଗୁରୁବାର ଦିନ ପାଳନ ହୁଏ । ବିଶ୍ଵବ୍ୟାପୀ ୧୦ ଜଣଙ୍କ ମଧ୍ୟରୁ ୧ ଜଣ କ୍ରନିକ୍ ବୃକକ୍ ରୋଗରେ ପୀଡିତ, ଯେହେତୁ ଏହା ଯେକୌଣସି ବୟସରେ ବିକଶିତ ହୋଇପାରେ ଏବଂ ବିଭିନ୍ନ ବିପଦ କାରଣଗୁଡ଼ିକ ଏହାକୁ ତ୍ୱରାନ୍ୱିତ କରିପାରେ । ଜିନୀୟଦୃଷ୍ଟିରୁ ଦକ୍ଷିଣ ଏସୀୟ ଭୌଗୋଳିକ ଅଞ୍ଚଳର ଲୋକ, ଅର୍ଥାତ୍ ଭାରତ, ପାକିସ୍ଥାନ, ବାଂଲାଦେଶ, ଏବଂ ଶ୍ରୀଲଙ୍କାର ଲୋକମାନଙ୍କର କ୍ରନିକ୍ ବୃକକ୍ ରୋଗ ହେବାର ଆଶଙ୍କା ଅଧିକ ଥାଏ, ବିଶେଷତଃ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ବୃଦ୍ଧି କାରଣ ହେତୁ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ସମସ୍ତଙ୍କ ପାଇଁ କିଡନୀ ସ୍ୱାସ୍ଥ୍ୟ – ସମସ୍ତଙ୍କ ପାଇଁ ସମ ଭାବରେ ଯତ୍ନ ଏବଂ ଆବଶ୍ୟକ ଅନୁସାରେ ଓଉଷଧ ଉପଲବ୍ଧ ଦିଗରେ ସୁଯୋଗ ସୃଷ୍ଟି କରିବା ।” କିଡନୀ ରୋଗ ଚିକିତ୍ସାରେ ଥିବା ଅସମାନତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ କିଡନୀ ରୋଗରେ ଆକ୍ରାନ୍ତ ସମସ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁବିଧା ପାଇବାରେ ସହଯୋଗୀ ପ୍ରୟାସକୁ ଉତ୍ସାହିତ କରିବା ହେଉଛି ଏହି ବର୍ଷର ବିଷୟବସ୍ତୁ । ଭାରତରେ କ୍ରନିକ୍ ବୃକକ୍ ରୋଗର ଆନୁମାନିକ ପ୍ରାଦୁର୍ଭାବ ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୮୦୦ ଥିବାବେଳେ ଶେଷ ପର୍ଯ୍ୟାୟ ବୃକକ୍ ରୋଗ ରୋଗ ୧୦ ଲକ୍ଷ ମଧ୍ୟରେ ୧୫୦–୨୦୦ ଅଟେ । ଭାରତରେ ଡାଇବେଟିସ୍ ନେଫ୍ରୋପାଥି ହେଉଛି କିଡନୀ ରୋଗର ସବୁଠାରୁ ପ୍ରମୁଖ କାରଣ ।

jittmm
Leave A Reply

Your email address will not be published.