pakka

ମ୍ୟୁଜିକ ସର୍କଲର ବସନ୍ତ ସମାରୋହ ମାର୍ଚ୍ଚ ୧୭ରୁ ୨୧

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସର୍ବପୁରାତନ ସଂଗୀତ – ନୃତ୍ୟ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲର ୪୭ତମ ବସନ୍ତ ସମାରୋହ ଚଳିତ ମାର୍ଚ୍ଚ ୧୭ରୁ ୨୧ଯାଏ ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ମି.ରୁ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠାନର ମେହେର ଭବନଠାରେ ଅନୁଷ୍ଠିତ ହେବ । ୧୭ ତାରିଖ ଦିନ ବାସନ୍ତିକା ସାହିତ୍ୟ ଆସର ସହ ବହୁଭାଷୀ କବିତା ପାଠ, ୧୮ ତାରିଖ ଦିନ ଅନୁଷ୍ଠାନ ଦ୍ୱାରା ପରିଚାଳିତ ନୃତ୍ୟ ଏବଂ ସଙ୍ଗୀତ ମହାବିଦ୍ୟାଳୟର ୪୬ତମ ବାର୍ଷିକ ଉତ୍ସବ ତଥା ସ୍ପ୍ରିଂ ଭେଲି ଓଡ଼ିଆ ଓ ଇଂରେଜୀ ମାଧ୍ୟମ ବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବ ପାଳନ, ୧୯ ତାରିଖ ଦିନ ବାସନ୍ତି କା ସମ୍ମାନ, ମୁକ୍ତିକାନ୍ତ ନାଟ୍ୟ ସମ୍ମାନ, ପ୍ରଭାତାଞ୍ଜଳି ସାହିତ୍ୟ ସମ୍ମାନ ଏବଂ ଡାକ୍ତର ପ୍ରଭାତ କୁମାର ଚାନ୍ଦ ସ୍ମୃତି ସମ୍ମାନ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କଳାକାର ଓ ସାହିତ୍ୟିକ ମାନଙ୍କୁ ପ୍ରଦାନ କରାଯିବା ସହ ଭୁବନେଶ୍ୱରର ଗୁରୁ ମନୋରଞ୍ଜନ ପ୍ରଧାନ ଏବଂ ସାଥୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ, ୨୦ ତାରିଖ ଦିନ ଭୁବନେଶ୍ଵରର ଗୁରୁ ବଂଶୀଧର ପଣ୍ଡାଙ୍କ ଦ୍ୱାରା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଏବଂ ଗଜଲ ସହ ଇଂ. ପ୍ରତାପ କୁମାର ରାୟଙ୍କ ଦ୍ୱାରା ସୁଗମ ସଙ୍ଗୀତ ପରିବେଷଣ, ୨୧ ତାରିଖ ଦିନ ପୁରୀ ଜିଲ୍ଲା, ରଘୁରାଜପୁରର ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦ ଦ୍ୱାରା ଗୋଟିପୁଅ ନୃତ୍ୟ ପରିବେଷଣ ସହ ମ୍ୟୁଜିକ୍ ସର୍କଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଲୋକ ନୃତ୍ୟ ପରିବେଷଣ ଏବଂ ଗଜେନ୍ଦ୍ର ମୁର୍ମୁ ଏବଂ ସାଥୀ ମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ କରାଯିବ । ଶ୍ରମମନ୍ତ୍ରୀ ଶାରଦା ପ୍ରସାଦ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହେବାକୁ ଥିବା ଏହି ଉତ୍ସବର ବିଭିନ୍ନ ଦିନ ମାନଙ୍କରେ ରାଉରକେଲା ତଥା ରାଉରକେଲା ବାହାରୁ ବିଶିଷ୍ଟ ବ୍ୟକ୍ତି ମାନେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ତଥା ବକ୍ତା ଭାବେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତିି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ. ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ରାକେଶ କୁମାର ସିଂ, ଉପଦେଷ୍ଟା ଲକ୍ଷ୍ମଣ ନାଥ ଦାସ, ପ୍ରମୋଦ କୁମାର ନତୁଲ୍ୟ, କିଶୋର ଚନ୍ଦ୍ର ନାୟକ, ସହ ସାଧାରଣ ସମ୍ପାଦକ ବିବେକାନନ୍ଦ ପଣ୍ଡା, ସାଙ୍ଗଠନିକ ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ, ସାଂସ୍କୃତିକ ସମ୍ପାଦୀକା ସ୍ନେହଲତା ନାୟକ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକ, ଅଜୟ କୁମାର ପଟ୍ଟନାୟକ, ଅନିନ୍ଦିତା ମାଇତି, ସୁନୀତା ସିଂହ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × 4 =