oom

କରମତଲାରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ, କଳସ ଶୋଭାଯାତ୍ରାରେ ବିଜେପି ନେତା ସାମିଲ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ହାଟପଦାଠାରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ ହେବା ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷମାନେ ଯଜ୍ଞ ମଣ୍ଡପ ପରିସରରେ ଏକତ୍ରିତ ହୋଇ ଶଙ୍ଖ, ଘଣ୍ଟବାଜା, ସଂକିର୍ତ୍ତନ୍ୟ ମଧ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଛନଛଡା ସ୍ଥିତ ଲାନ୍ଥନଦୀକୁ ଯାଇ କଳସରେ ପାଣି ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ଉକ୍ତରେ ଯଜ୍ଞକର୍ତ୍ତା ଭାବରେ ଗୌନ୍ତିଆ ତଥା ପୂର୍ବତନ ସରପଞ୍ଚ ରାଜକିଶୋର ସିଂ ବୁଡ଼େକ ତାଙ୍କ ଧର୍ମପତ୍ନୀ ରଞ୍ଜିତା ସିଂ ବୁଡ଼େକ ପୂଜା ଦାୟିତ୍ୱ ତୁଳାଉଥିବା ବେଳେ ପଣ୍ଡିତ ଭାବରେ ଗୋବିନ୍ଦ ଶତପଥି ଓ ଯୁଧିଷ୍ଠିର ହୋତାଙ୍କ ତତ୍ତ୍ୱବଧାନରେ ପୂଜାର୍ଚ୍ଚନା ଆୟୋଜିତ ହୋଇଥିଲା । ଏହି ଶୋଭାଯାତ୍ରା ସମୟରେ କମିଟିର ସଭାପତି ରାଜନୀକାନ୍ତ ଦାଶ, ସମ୍ପାଦକ ରୁପାଧର ବାଗ, ହରେକୃଷ୍ଣ ବେହେରା, କରମତଲା ସରପଞ୍ଚ ତିଳୋତ୍ତମା ବାଗ, ପ୍ରଦୀପ ବାଗ, ଶେଷଦେବ ରଣା, ବଳରାମ ରଣା, ତପନ ବେହେରା, ସୁପେଦ ବାଗ, ସୁଧୀର ରଣାଙ୍କ ସମେତ କମିଟି ସଦସ୍ୟ ଓ ଗ୍ରାମବାସୀ ସାମିଲ ହୋଇଥିଲେ । ଏହି କଳସ ଶୋଭାଯାତ୍ରା ସମୟରେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ନବୀନ ଜୈନ ମଧ୍ୟ କଳସ ଧରି ନଦୀରୁ ପାଣି ନେବା ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ନାମଯଜ୍ଞ ଦୀର୍ଘ ୭ ଦିନ ଧରି ହେବାକୁ ଥିବାବେଳେ ମୀନାବଜାର, କଂସ ଦରବାରର ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଲାଗିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.