oom

ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ : ରଙ୍ଗ ଆଣିଲା ପୂର୍ବତନ ମନ୍ତ୍ରୀଙ୍କ ଉଦ୍ୟମ

jsmm

ଜୟପାଟଣା, (ଶେଷଦେବ ବେହେରା) : ଗତ ୨୪ ଫେବୃଆରୀ ଦିନ ଜୟପାଟଣାକୁ ମୁଖ୍ୟମନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା । ତେବେ ଜୟପାଟଣା ଅଞ୍ଚଳବାସୀଙ୍କ ତରଫରୁ ରାଜବାଟି ଛକ ନିକଟରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜୟପାଟଣା ବିଜେଡ଼ି ବ୍ଲକ ସଭାପତି ମିନକେତନ ପୁଝାରି, ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର ନାରାୟଣ ସିଂଦେଓ, ସତ୍ୟନାରାୟଣ ଅଗ୍ରୱାଲ, ଦିଲୀପ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିବା ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ । ଜୟପାଟଣାକୁ ଏନ୍‌ଏସି ଦାବି ବହୁ ଦିନରୁ ରହି ଆସିଥିଲା । ତେବେ ବର୍ତ୍ତମାନ ଏହି ଅଞ୍ଚଳବାସୀ ଦେଖିଥିବା ଦୀର୍ଘ ଦିନର ସପ୍ନ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୟପାଟଣା ପଞ୍ଚାୟତ ୧୫ ଗୋଟି ୱାର୍ଡକୁ ନେଇ ଗଠିତ । ଏହାର ଜନସଂଖ୍ୟା ୧୦ ହଜାରରୁ ଅଧିକ ରହିଛି । ଏହି ଏନ୍‌ଏସି ଗଠନ ପାଇଁ ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ବେଳେ ବର୍ତ୍ତମାନ ଲାଞ୍ଜିଗଡ଼ ବିଧାୟକ ମଧ୍ୟ ବିଧାନସଭାରେ ଏହି ଦାବି ଉଠାଇଥିଲେ । ଯାହାର ଫଳ ସ୍ୱରୂପ ପ୍ରତୀକ୍ଷାର ଅନ୍ତ ପରେ ଜୟପାଟଣାକୁ ଏନ୍‌ଏସି ଘୋଷଣା ହୋଇଛି । ଯାହାଫଳରେ ଅଞ୍ଚଳରେ ଜନସାଧାରଣ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି । ବିଗତ ଦିନରେ ଅଞ୍ଚଳର ପ୍ରମୁଖ ୫ ଗୋଟି ବିଜୁସେତୁ ଓ ଗୋଟିଏ ରାସ୍ତାର ଶିଳାନ୍ୟାସ ହୋଇଥିବା ବେଳେ ଏହି ସବୁ ବିକାଶ ଆଗାମୀ ନିର୍ବାଚନରେ ସହାୟକ ହେବ ବୋଲି ଆଶା କରାଯାଉଛି ।

jittmm
Leave A Reply

Your email address will not be published.