csstore

ପାଖାପାଖି ଏକ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୭ର ମାଲଗୋଦାମପଡ଼ା ଠାରେ ଆଜି ପାଖାପାଖି ଏକ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ହେବା ସହ ଉଦ୍‌ଘାଟନ ହୋଇଥିବା ଖବର ମିଳିଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ଼ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ଉଦ୍‌ଘାଟନ କରିଥିଲେ । ଶ୍ରୀ ସିଂହଦେଓ ୪୦ ଲକ୍ଷ ଟଙ୍କାରେ ନିର୍ମିତ ମାଲଗୋଦାମ ପଡ଼ାର ପାର୍କ, ମାଲଗୋଦାମ ପଡ଼ାର ଖେଳ ପଡିଆର ଉନ୍ନତିକରଣ ପାଇଁ ୨୦ ଲକ୍ଷ ଏବଂ ସ୍କୁଲକୁ ନୂଆ ରୂପରେ ରୂପାନ୍ତରିକରଣ ପାଇଁ ୧୫ ଲକ୍ଷ ଟଙ୍କା ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦ୍‌ଘାଟନ କରିଥିବା ବେଳେ ଏଥିପାଇଁ ପଡ଼ାବାସୀ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଦେଇଥିଲେ । ଆହୁରି ଯେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ୱାର୍ଡ ନଂ ୧୭ର କାଉନସିଲର ପ୍ରତିମା ଛତ୍ରିଆ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.