pakka

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୯୯ଟି ଅଭିଯୋଗ ପଞ୍ଜୀକୃତ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟାକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଓ ଆରକ୍ଷୀ ଅଧିକ୍ଷକ ରିଷୀକେଶ ଖିଲାରୀ ଯୋଗଦାନ କରି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ । ବ୍ଲକର ଗମ୍ଭାରୀଖୋଲା ଗ୍ରାମ ଦେଇ କାମ ଚାଲିଥିବା ପୂର୍ତ୍ତ ରାସ୍ତାକୁ ଗ୍ରାମ ଭିତରୁ ରାସ୍ତା ତିଆରି ନକରି ଗ୍ରାମର ବାହାରେ ପଦରଭଟା ଦେଇ ରାସ୍ତା ତିଆରି ପାଇଁ ଗ୍ରାମବାସୀ ଅଭିଯୋଗ କରିଥିଲେ । ସେହିପରି ବ୍ଲକର ଅଗ୍ରଣୀ ସଂଗଠନ ମୁରିବାହାଲ ବ୍ଲକ ବିକାଶମଞ୍ଚ ତରଫରୁ ମୁରିବାହାଲ ସିଏଚ୍‌ସିରେ ବହୁ ଦିନରୁ ଖାଲିପଡିଥିବା ଏକ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ତଥା ଦାଦନ ସମସ୍ୟା ଦୂରୀକରଣ ନିମନ୍ତେ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବାପାଇଁ ମଞ୍ଚ ସଭାପତି ଫାଲଗୁନି ହାତୀଙ୍କ ସହ ଅନ୍ୟମାନେ ଅଭିଯୋଗ କରିଥିଲେ । ଏହି ଶିବିରରେ ଏଡିଏମ୍ ପବିତ୍ର ମୋହନ ବେହେରା, ଏପିଡି ତରଣୀ ସୁନା, ଉପଜିଲ୍ଲାପାଳ ରୋହନ କ୍ଷେତ୍ରୀ, ଡିଇଓ ଧ୍ରୁବଚରଣ ବେହେରା, ଡିପିଓ ପ୍ରମୋଦ ମିଶ୍ର, ଡିଡବ୍ଲୁଓ ଅଲେଖ ବିଶ୍ୱାଳ, ଡିଏସ୍‌ଏସ୍‌ଓ ମଦନଜିତ ହୋତା, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ, ଆକାଉଣ୍ଟସ୍‌ ଅଫିସର ଘେନୁରାମ ତାଣ୍ଡିଙ୍କ ସମତେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ମୁରିବାହାଲ ବ୍ଲକର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ । ଏଥିରେ ବ୍ୟକ୍ତିଗତ ଭାବେ ୪୧, ସାମୂହିକ ଭାବେ ୩୩ ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପାଇଁ ୨୫ଟି ଅଭିଯୋଗ ସହ ମୋଟ ୯୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ବିଶେଷ କରି ବ୍ଲକର ବିଭିନ୍ନ ଗାଁର ଚାଷୀମାନଙ୍କ ଜମିରେ ସୌରଚାଳିତ ଗଭୀର ନଳକୂପ ଖୋଲାଯାଇଥିଲେ ମଧ୍ୟ ଦୀର୍ଘ ଦିନ ପରେ ବି ମୋଟର ପମ୍ପ ଲଗାଯାଇନଥିବାରୁ ଚାଷୀ କ୍ଷମାସାଗର ବଘାର ଓ ଜୟକୃଷ୍ଣ ଦାସଙ୍କ ସହ ଅନ୍ୟଚାଷୀମାନେ ଜିଲ୍ଲାପାଳଙ୍କୁ ୩ ମାସ ପରେ ପୁଣି ଅଭିଯୋଗ କରିଥିଲେ । ଶିବିରରେ ତହସିଲଦାର ଜଗଦୀଶ କାରତ୍ତାମି, ବିଇଓ ଶାନ୍ତନୁ କୁମାର ପଢିହାରୀ, ସିଡ଼ିପିଓ ସୁପ୍ରଭା ମହାପାତ୍ର, ଏଇଇ ଅବିନାଶ ମୁଦିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ସମସ୍ତ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

seventeen + 18 =