ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ସ୍ୱଚ୍ଛାସେବୀ ସଗଂଠନ ” ସତର୍କ “

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ଶେଷ ସୀମା ଉପାନ୍ତ ଅଞ୍ଚଳରେ ଥିବା ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ ଅମଠି ଗ୍ରାମପଞ୍ଚାୟତର ଅନାଦିବାହାଲ ଗରିବ ଦୁଃଖି ପରିବାରରେ ଅଭି ବାଗ ଏବଂ ମାଁ ଶୁଭା ବାଗର ଦୁଃଖ ଅସରନ୍ତି । ଯାହାର ଖବର ପାଇ ସାମ୍ବାଦିକ ମୋତିଲାଲ ବାଗ ଅନାଦିବାହାଲକୁ ଯାଇ ଅଭି ବାଗ ଏବଂ ତାଙ୍କ ମାଁ ଙ୍କ ସହିତ ଭେଟ ପଡି ତାଙ୍କର ପାରିବାରିକ ସ୍ଥିତି ବିଷୟରେ ବୁଝିଥିଲେ । ଅଭି ବାଗ ଜଣେ ସୁସ୍ଥ ସବଲ ଯୁବକ ଭାବରେ ଥିଲେ ହେଲେ ସମୟର କାଳଚକ୍ରରେ ସେ ଧାତୁକ୍ଷୟ ରୋଗରେ ପିଡିତ ହୋଇ ବର୍ତ୍ତମାନ ସେ ଶଯ୍ୟାଶାୟୀ ରୋଗି ପାଲଟିଯାଇଛନ୍ତି । ଶରୀର ଦୁର୍ବଳ ଯିବା ଆସିବା ଉଠିବା ବସିବା ପାଇଁ ବୃଦ୍ଧ ମାଁ ହିଁ ସାହା ଭରସା । ଦେହ ଗରମ ପାଇଁ ବର୍ତ୍ତମାନର ଏହି ଶୀତ ସମୟରେ ମଧ୍ୟ ଥଣ୍ଡା ପାଣି ଓ ଥଣ୍ଡା ଖାଦ୍ୟ ନ ଖାଇଲେ ରକ୍ତ ପରିସ୍ରା ହୁଏ ଏବଂ ମୁଣ୍ଡ ବୁଲାଏ, ଗୋଡ ହାତ ଟାଣ ହୋଇଯାଏ । ଦୁଇ ପେଟ ଚଲିବା ପାଇଁ ଗ୍ରାମପଞ୍ଚାୟତରୁ ମିଲୁଥିବା ଚାଉଲ ଏବଂ ଭତ୍ତା ହିଁ ଭରସା ଅଟେ । ଚିକିତ୍ସା ପାଇଁ ଅନ୍ୟ ପନ୍ଥା କିଛି ନାହିଁ, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଏବଂ ରେଡକ୍ରସରୁ ସାହାଯ୍ୟ ପାଇବା ପାଇଁ ଦୌଡି ଦୌଡି ନିରାଶ ହୋଇଛନ୍ତି ବୋଲି ଉଭୟ ମାଁ ପୁଅ କହିଛନ୍ତି । ମାଁ ର ବୟସ ଚତୁର୍ଥ ଅବସ୍ଥାରେ ପହଞ୍ଚିଲାଣି ଦୁହେ ଦୁହିଙ୍କ ପାଇଁ ଜୀବନ ବଞ୍ଚିଛି । ସାମ୍ବାଦିକ ମୋତିଲାଲ ବାଗ ଏ ବିଷୟରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସତର୍କର କର୍ମକର୍ତ୍ତାଙ୍କୁ ଜଣାଇଲା ପରେ ଗତ କାଲି ଅନାଦିବାହାଲ ଯାଇ ଅଭି ବାଗ ଏବଂ ଶୁଭା ବାଗଙ୍କୁ ଶିତ ବସ୍ତ୍ର , ପାଞ୍ଚ କିଲୋଗ୍ରାମ ମାଣ୍ଡିଆ , ଏବଂ ପାଞ୍ଚ ଶହ ଟଙ୍କା ପ୍ରଦାନ କରିଛନ୍ତି । ସ୍ବେଚ୍ଛାସେବୀ ଉମାକାନ୍ତ ପ୍ରଧାନ, ସାମ୍ବାଦିକ ମୋତିଲାଲ ବାଗ, ସତର୍କ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଲେଟ ମିଶନ ଯୋଜନାର ବ୍ଳକ କୋଡିନେର ଶଙ୍କର ସୁନା, ପ୍ରୋଗାମ୍‌ ଅଫିସର ରୋହିତ ସେଠ ଏବଂ ଆକାଉଣ୍ଟଟେଣ୍ଟ୍‌ ଲବଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସତର୍କ ଅନୁଷ୍ଠାନର ଏହି ମହତ୍ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.