ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏହି ଲୋକ ଅଦାଲତରେ ସମୁଦାୟ ୩୧ଟି ଦେୱାନୀ ମାମଲାର ଫଇସଲା ହୋଇଥିଲା । ୧୪ଟି ବ୍ୟାଙ୍କ ମାମଲାର ଫଇସଲା ହୋଇ ୫୩୯୪୬୫୧.୬୩ ଟଙ୍କା ଆଦାୟ ହୋଇଥିଲା । ୬ଟି ମଟର ଦୁର୍ଘଟଣା ଜନିତ ମାମଲା ଫଇସଲାକରା ଯାଇ ୪୨୧୫୦୦୦ ଟଙ୍କା କ୍ଷତିପୁରଣ , ୩୧୧ଟି ଫୌଜଦାରୀ ମାମଲାରେ ୧୭୭୮୪୨୫ ଟଙ୍କା ଜୋରିମାନା, ୪୩୬ ପ୍ରାକ ମକୋଦ୍ଦମାରେ ୧୩୯୪୭୮୦୬.୭୫ ଟଙ୍କା ଆଦାୟ ହୋଇଥିଲା । ୧୩ଟି ପାରିବାରିକ ଏବଂ ୩୩୦୨ଟି ରାଜସ୍ୱ ମାମଲାର ବିଚାର କରାଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ନ୍ୟାୟାଧୀଶ ଡ଼. ପବିତ୍ର ମୋହନ ସାମଲ, ଫ୍ୟାମିଲି କୋର୍ଟ ଜଜ ବିକ୍ରମ କେଶରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ ହିମାଂଶୁ ଶେଖର ସିଂ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ପ୍ରିୟରଞ୍ଜନ ମିଶ୍ର, ସିଭିଲ ଜଜ (ବରିଷ୍ଠ)ଜ୍ୟୋତିରଞ୍ଜନ ଦାଶ, ସିଭିଲ ଜଜ (ବରିଷ୍ଠ)ଜନ୍ମେଜୟ ପଟେଲ, ଅତିରିକ୍ତ ସିଭିଲ ଜଜ (ବରିଷ୍ଠ) ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ସିଭିଲ ଜଜ (କନିଷ୍ଠ) ସୁମିତ କୁମାର ପାଣିଗ୍ରାହୀ, ଏସ୍‌ଡିଜେଏମ୍‌ ମନୋଜ ମହାନ୍ତି, ଜେଏମ୍‌ଏଫ୍‌ସି ପ୍ରକାଶ କୁମାର କର, ଜେଏମ୍‌ଏଫ୍‌ସି ଶ୍ରୀମତୀ ଲକ୍ଷ୍ମୀ ବେହେରା, ପବ୍ଲିକ ପ୍ରୋସିକ୍ୟୁଟର ଓ ସମସ୍ତ ଓକିଲମାନେ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲାର ବିଭିନ୍ନ ଅଧିକାରୀମାନେ ଲୋକ ଅଦାଲତରେ ଭାଗ ନେଇଥିଲେ ।

Leave A Reply

Your email address will not be published.

12 − two =