ବିଜୁ ପଟ୍ଟନାୟକ ଜଣେ ଅନନ୍ୟ ବ୍ୟକ୍ତିତ୍ଵ

ରାଉରକେଲା, (ସସ୍ମିତା ପ୍ରଧାନ) : ମଧୁବାବୁଙ୍କ ପରେ ଦ୍ୱିତୀୟ ବ୍ୟକ୍ତି ହେଉଛନ୍ତି ବିଜୁ ପଟ୍ଟନାୟକ ଯେ କି ସର୍ବଦା ଓଡ଼ିଶାର ସର୍ବାଙ୍ଗିନ ବିକାଶ କଥା ଚିନ୍ତା କରୁଥିଲେ । ଜଣେ ଶତାବ୍ଦୀର ସୂର୍ଯ୍ୟ ହେଲେ ଅନ୍ୟଜଣେ ଶତାବ୍ଦୀର ଭୂମିପୁତ୍ର । ବିଜୁ ପଟ୍ଟନାୟକ ଏ ଜାତିର ଗର୍ବ ଓ ଗୌରବ । ଭାରତବର୍ଷର ଜଣେ ବିଶିଷ୍ଟ ଜନନାୟକ । ଯଦି ତାଙ୍କର ସମଗ୍ର ଜୀବନକାଳକୁ ଅନୁଧ୍ୟାନ କରାଯାଏ, ତାଙ୍କ ଜୀବନକାଳ ଥିଲା ଜୀବନ୍ତ ଇତିହାସ । ଏହାଥିଲା ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ଦ୍ୱାରା ଆୟୋଜିତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ବକ୍ତବ୍ୟ। ସେ ଆହୁରି ମଧ୍ୟ କହିଥିଲେ ଦୁଃସାହସିକତାର ଅନ୍ୟ ନାମ ବିଜୁ ପଟ୍ଟନାୟକ । ପିଲାଟି ବେଳରୁ ସେ କିପରି ଅନେକ ଦୁଃସାହସିକ କାର୍ଯ୍ୟ କରିଥିଲେ ତାହା ବର୍ଣ୍ଣନା କରିଥିଲେ । ନିତ୍ୟାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀବତ୍ସ କୁଅଁର ଯୋଗଦାନ କରି ବିଜୁବାବୁଙ୍କ ରାଜନୈତିକ ଜୀବନର ଉତ୍ଥାନ ପତନ ବିଷୟରେ ସବିଶେଷ ଆଲୋଚନା କରିଥିଲେ ସଂଘର ସହ ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ୱାଗତ ଭାଷଣ ଦେବା ସହିତ ବିଜୁବାବୁଙ୍କ ଜୀବନରେ ଘଟିଥିବା କେତେକ ଅନାଲୋଚିତ ଘଟଣାର ଆଲୋକପାତ କରିଥିଲେ । ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ ମଞ୍ଚ ପରିଚାଳନା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ସଂଘର ସଭ୍ୟ ପ୍ରଦୀପ ନାୟକ, ଅମୂଲ୍ୟ କୁମାର ସେଠୀ, ବିଜୟ କୁମାର ସାହୁ, ବାଳକୃଷ୍ଣ ସ୍ୱାଇଁ, ସଞ୍ଜୟ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

thirteen − 8 =