oom

ଭୂମିହୀନ, ବାସହୀନ ଗରିବଙ୍କୁ ଗୃହ ଓ ଜମିପଟ୍ଟା ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ବିଧାୟକ ନରସିଂହ ମିଶ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ନରସିଂହ ମିଶ୍ର ଭୂମିହୀନ, ବାସହୀନ ଗରିବଙ୍କୁ ଗୃହ ଓ ଜମିପଟ୍ଟା ପ୍ରଦାନ ଦାବୀରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ନଗର କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ସହରକୁ ବଲାଙ୍ଗିରର ଆଖପାଖ ଗାଁ ଗହଳିରୁ ଅନେକ ଗରିବ ଲୋକେ ନିଜର ଜୀବିକା ନିର୍ବାହ ପାଇଁ ଆସୁଛନ୍ତି । କାଳକ୍ରମେ ସେମାନେ ତାଙ୍କର ଜୀବନ ଯାପନ ତଥା ଜୀବିକା ନିର୍ବାହ ପାଇଁ ସହର ମଧ୍ୟରେ ଥିବା ସରକାରୀ ଖାଲି ଜାଗାଗୁଡ଼ିକରେ ଖଣ୍ଡେ ଖଣ୍ଡେ ବାସଗୃହ କରି ସେଠାରେ ବସତି ସ୍ଥାପନ କରିଛନ୍ତି । କିନ୍ତୁ ଅତୀତରେ ସରକାର ଆଣିଥିବା ଜମି ଜବରଦଖଲ ଆଇନ ମୁତାବକ ସେମାନେ ଜେଲ କିମ୍ବା ଜରିମାନାରେ ଦଣ୍ଡିତ ହେବାର ବ୍ୟବସ୍ଥା କରାଯାଇଛି । ଯାହାକୁ ମୁଁ ବିଧାନସଭାରେ ବିରୋଧ କରି ଏହି ଆଇନକୁ ଗରିବ, ଭୂମିହୀନଙ୍କ ପକ୍ଷରେ ଲାଗୁ କରା ନଯିବାକୁ ଦାବୀ କରିଥିଲି ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଆହୁରି ଯେ, ବଲାଙ୍ଗିରରରେ ପ୍ରକଳ୍ପ ନିର୍ମାଣର ସମ୍ଭାବନା ନାହିଁ ତେଣୁ ରାଜସ୍ୱ ବିଭାଗ ଅଧିନରେ ଥିବା ଜମିକୁ ଜାଗା ମିଶନ ମାଧ୍ୟମରେ ଯେତେ ଶୀଘ୍ର ହେବ ଭୂମିହୀନମାନେ ରହୁଥିବା ଜାଗାରେ ତାଙ୍କୁ ପଟ୍ଟା ପ୍ରଦାନ କରାଯାଇ ଏବଂ ମହାରାଣୀ ସାଗର, ଲକ୍ଷ୍ମୀଯୋର ଅଂଚଳ ଭଳିଆ ଜଳଚର ଅଂଚଳରେ ରହୁଥିବା ଭୂମିହୀନ ଗରିବଙ୍କୁ ଯେତେ ଶୀଘ୍ର ହେବ ଏ ଅଂଚଳର କିସମ ପରିବର୍ତ୍ତନ କରି ତାଙ୍କୁ ସେହି ଜାଗାରେ ହିଁ ଜମିପଟ୍ଟା ଓ ଗୃହପ୍ରଦାନ କରିବା ବ୍ୟବସ୍ଥା କରାଯାଉ ବୋଲି ବିଧାୟକ ଶ୍ରୀ ମିଶ୍ର ଦାବୀ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକଙ୍କ ସହ ସମରେନ୍ଦ୍ର ମିଶ୍ର ଓ ହଜାର ହଜାର କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିବା ନେଇ ଜଣାପଡ଼ିଛି ।

jittmm
Leave A Reply

Your email address will not be published.