jsm

ଜୟପାଟଣାରେ ରାଷ୍ଟ୍ର ଜାଗରଣ ଅଭିଯାନ : ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଗାୟତ୍ରୀ ଶକ୍ତି ପୀଠଠାରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ର ଜାଗରଣ ଅଭିଯାନ ଅନ୍ତର୍ଗତ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଶୁଭାରମ୍ଭ ହୋଇଯାଇଛି । ଗୁରୁବାର ଶତାଧିକ ଧର୍ମପରାୟଣ ମହିଳା ସ୍ଥାନୀୟ ପୁଷ୍କରିଣୀରୁ ଏକ ସୁସଜ୍ଜିତ ପଟୁଆରରେ ପବିତ୍ର ଜଳ ସହ କଳସ ଯାତ୍ରାରେ ବାହାରି ଶକ୍ତି ପୀଠରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସହ ଅଧିବାସ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପରମ ପୂଜ୍ୟ ଗୁରୁଦେବଙ୍କର ସଂକଳ୍ପ, ମାନବ ମଧ୍ୟରେ ଦେବତ୍ଵର ଉଦୟ ପାଇଁ ପ୍ରଚେଷ୍ଟା କରିବା ସହ ବିଶ୍ଵ ଭ୍ରାତୃତ୍ୱ ଭାବର ଉଦ୍ରେକ ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା । ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତି କୁଞ୍ଜ ହରିଦ୍ଵାରଙ୍କ ତତ୍ୱାବଧାନରେ ଚଳିତ ୨୯ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଜୟପାଟଣା ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ୨୪ କୁଣ୍ଡୀୟ ଯଜ୍ଞର ଆୟୋଜନ ଅବସରରେ ପୂଜନ, ପ୍ରବଚନ, ହୋମ, ଯଜ୍ଞ ସହିତ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ଯଥା ମୁଣ୍ଡନ, କୁଣ୍ଡା ବରି, ବ୍ରତ, ବିବାହ, ଗର୍ଭ ସଂସ୍କାର, ଦୀକ୍ଷା ଗ୍ରହଣ ଆଦି ଅନୁଷ୍ଠିତ ହେବାର ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.