pr

ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

dr. purohit

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଛୁଆଲିଉଦର କ୍ଲଷ୍ଟର ଅଧୀନରେ ଥିବା ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବ୍ଲକସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି । ପ୍ରକାଶ ଥାଉକି ବଲାଙ୍ଗିର ସ୍ଥିତ ପି.ଆର୍‌. ଉଚ୍ଚ ବିଦ୍ୟାଳୟର ଷ୍ଟାଡିୟମରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କୁ ସ୍ମୃତିଫଳକ, ପ୍ରମାଣପତ୍ର ଓ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଦମକିପାଲି ବିଦ୍ୟାଳୟ ପାଟଣାଗଡ଼ ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ସତ୍ତ୍ବେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ଯଥା ବୃତ୍ତି, ନବୋଦୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟରେ ନାମଲେଖା, ଜାତୀୟ ମେଧାବୃତ୍ତି, ସୁରଭି, ବିଜ୍ଞାନ ମେଳା ଆଦିରେ କୃତିତ୍ୱ ଅର୍ଜନ କରିବା ସହିତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଦ୍ୟାଳୟକୁ ୨୦୧୯ ମସିହାରେ ପ୍ରକୃତି ମିତ୍ର ମିଳିଥିବା ବେଳେ ସୁଶ୍ରୀ ଭୋଇଙ୍କୁ ୨୦୧୪ ମସିହାରେ ରାଜ୍ୟ ପୁରସ୍କାର, ଦୁଇଥର ପ୍ରକୃତିବନ୍ଧୁ ଓ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଅନେକ ପୁରସ୍କାର ମିଳିଛି । ଏହି ଖବର ପାଇବା ପରେ ବୁଦ୍ଧିଜୀବୀ ଓ ଶିକ୍ଷକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

nrusinghnath
Leave A Reply

Your email address will not be published.