pakka

ଧଳା ଭାଲୁ ଦିବସ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୨୭ ଆନ୍ତର୍ଜାତୀୟ ମେରୁ ଅଞ୍ଚଳର ଧଳା ଭାଲୁ ଦିବସ । ପୋଲାର ଭାଲୁ ବା ମେରୁ ଅଞ୍ଚଳର ଧଳା ଭାଲୁ ଗୁଡ଼ିକ ଲୋମଶ ଏବଂ ଗରିମା ସମ୍ପନ୍ନ ପଶୁ ଅଟନ୍ତି ଯାହା ଅତ୍ୟଧିକ ଶୀତଳ ଆର୍କଟିକ୍ ବା ଉତ୍ତର ମେରୁ ଅଞ୍ଚଳର ବରଫରେ ଚଲାବୁଲା କରନ୍ତି । ଗତ କିଛି ଦଶନ୍ଧି ମଧ୍ୟରେ, ଆର୍କଟିକରେ ସମୁଦ୍ର ବରଫ ଏକ ଭୟାବହ ଦ୍ରୁତ ଗତିରେ ତରଳି ଯାଉଛି, ଯାହା ଦ୍ଵାରା ପୋଲାର ବରଫର ଘନତା ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ, ପୋଲାର ଭାଲୁମାନେ ସେମାନଙ୍କର ବାସସ୍ଥାନ, ଖାଦ୍ୟର ଉତ୍ସ ହରାଉଛନ୍ତି ଏବଂ ଶେଷରେ ଅନାହାର ଏବଂ ଥକାପଣରୁ ମୃତ୍ୟୁ ବରଣ କରୁଛନ୍ତି । “ଆନ୍ତର୍ଜାତୀୟ ପୋଲାର ଭାଲୁ ଦିବସ” ଏହି ଜୀବମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟଗୁଡିକ ବିଷୟରେ ସଚେତନତା ଯାଗ୍ରତ କରିବାକୁ ଲକ୍ଷ୍ୟ ରଖିଛ । ପୋଲାର ଭାଲୁ ଆର୍କଟିକ୍ ମହାସାଗରରେ, ପଶ୍ଚିମରେ ଆଲାସ୍କାଠାରୁ ପୂର୍ବରେ ରୁଷିଆ ପର୍ଯ୍ୟନ୍ତ ଦେଖିବାକୁ ମିଳନ୍ତି ଏବଂ ଏହାର ପ୍ରାୟ ଦୁଇ ତୃତୀୟାଂଶ କାନାଡାରେ ବାସ କରନ୍ତି । ସେମାନେ ମୁଖ୍ୟତ ସିଲ୍ ଖାଆନ୍ତି । ଏହି ଦିନଟି ପାଳନ କରିବା ଉଦ୍ଦେଶ୍ୟ ହେଉଛି ପୋଲର ଭାଲୁମାନେ ସମ୍ମୁଖୀନ ହେଉଥିବା ବିପଦ ଗୁଡ଼ିକ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା । ତୈଳ ଏବଂ ଗ୍ୟାସ ଅନୁସନ୍ଧାନ, ପରିବହନ, ଖଣି ଏବଂ ପର୍ଯ୍ୟଟନ ଭଳି ବ୍ୟବସାୟିକ କାର୍ଯ୍ୟକଳାପ ପୋଲାର ଭାଲୁଙ୍କ ବାସସ୍ଥାନ ଏବଂ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏହି ଶିଳ୍ପ କାର୍ଯ୍ୟକଳାପ ଗୁଡିକ ସହିତ ଆର୍କଟିକରେ ଜଳବାୟୁ ପରିବର୍ତ୍ତନ ହେତୁ ବରଫ ତରଳି ଯାଉଛି । ଏହା ଫଳରେ ଉଭୟ ଖାଦ୍ୟ ଉତ୍ସ ଏବଂ ସେମାନଙ୍କର ବାସସ୍ଥାନ ପ୍ରଭାବିତ ହୋଇଥାଏ, ଅନାହାରର ଆଶଙ୍କା ମଧ୍ୟ ଥାଏ।ତେଣୁ, ପୋଲାର ଭାଲୁକୁ ଇଣ୍ଟରନ୍ୟାସନାଲ ୟୁନିଅନ୍ ଫର୍ କନ୍ସର୍ଭେସନ୍ ଅଫ୍ ନେଚର୍ ଦ୍ୱାରା ‘ଅସୁରକ୍ଷିତ’ ଶ୍ରେଣୀଭୁକ୍ତ କରାଯାଇଛି, ଯାହାର ଅର୍ଥ ହେଉଛି ଏହି ସୁନ୍ଦର ପ୍ରଜାତି ତିନି ପିଡି ମଧ୍ୟରେ ଏକ ତୃତୀୟାଂଶରୁ ହ୍ରାସ ପାଇପାରେ ଏବଂ ବିଲୁପ୍ତ ହେବାର ଆଶଙ୍କା ମଧ୍ୟ ରହିଛି । ୨୦୨୪ ପାଇଁ, ଥିମ୍ ହେଉଛି “ମା ଏବଂ ଛୁଆର ସୁରକ୍ଷା” । ପୋଲାର ଭାଲୁ ପ୍ରତି ମାଡ଼ି ଆସୁଥିବା ବିପଦ ସେମାନଙ୍କ ବଞ୍ଚିବାର ଗୁରୁତ୍ୱକୁ ଏହି ଥିମ୍ ଦର୍ଶାଉଛି ।

jay balangir
Leave A Reply

Your email address will not be published.

19 + 13 =