ଗତିରାଉତପାଟଣାରେ ବୁଲୁଛି ବାଘ

କଟକ : କଟକ ଗତିରାଉତ ପାଟଣା ଗେଲ୍ ଇଣ୍ଡିଆ ଗ୍ୟାସ ପାଇପ୍ ପାଖ ଅଞ୍ଚଳରେ ଏକ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଏହା ଏକ ଜଙ୍ଗଲ କ୍ୟାଟ ବା ବଣ ଭୂଆ ବୋଲି କହିଛନ୍ତି ବନ ଅଧିକାରୀ । ଅନ୍ୟପଟେ ବାଘ ବୁଲୁଥିବା ଖବର ଗତ କାଲିଠାରୁ ପ୍ରଚାରିତ ହେବା ପର ଠାରୁ ସ୍ଥାନୀୟ ଗତି ରାଉତ୍ ପାଟଣା ଅଞ୍ଚଳରେ ଲୋକଙ୍କ ମନରେ ଭୟ ଖେଳି ଯାଇଥିବା ସହ ଠେଙ୍ଗା ବାଡ଼ି ଧରି ଲୋକେ ଜଗିଛନ୍ତି । ଜଙ୍ଗଲ ଭୁଆ କୌଣସି ପ୍ରକାରେ କ୍ଷତି କରନ୍ତି ନାହିଁ ବୋଲି ମଧ୍ୟ ବନ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଥାଉକି, ଗତିରାଉତପାଟଣା ଘାଟକୂଳରେ ବୁଧବାର ସନ୍ଧ୍ୟାରେ ଏକ ବାଘ ବୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିବା ପ୍ରଚାରିତ ହୋଇଥିଲା । ଏପରିକି କେହି ଜଣେ ଏହାର ଭିଡିଓ କରି ଭାଇରାଲ୍‌ କରିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ସୋସିଆଲ୍‌ ମିଡିଆରୁ ଏହି ଭିଡିଓକୁ ଦେଖି ମହାନଦୀବିହାର ଫରେଷ୍ଟ ରେଞ୍ଜ ଅଫିସର ଏହାକୁ ଖଣ୍ଡନ କରି କହିଛନ୍ତି ଏହା ବାଘ ନୁହେଁ ବଣଭୁଆ । ଏହି ଗୁଜବକୁ ବିଶ୍ୱାସ ନକରିବାକୁ ସେ ଜନସାଧାରଣଙ୍କୁ କହିଛନ୍ତି ।

Leave A Reply

Your email address will not be published.