ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ସହ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୨୦ ଯାଏ ଚାଲିବ ପରୀକ୍ଷା । ମୋଟ୍ ୧୯ଟି ସିଟିଂରେ ପରୀକ୍ଷା ହେବ । ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ । ମୋଟ୍ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ରେଗୁଲାରରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ଏବଂ ଏକ୍ସ-ରେଗୁଲାରରେ ୨୬ ହଜାର ୫୨ ଜଣ ପରୀକ୍ଷା ଦେବେ । ମୋଟ୍ ୧ ଲକ୍ଷ ୮୬ ହଜାର ୮୮୯ ଜଣ ପୁଅ ପରୀକ୍ଷା ଦେଉଥିବା ବେଳେ ଝିଅଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ ରହିଛି ।
କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେବାକୁ ଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଶୃଙ୍ଖଳିତ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ତେବେ ପରୀକ୍ଷା ନିୟମାବଳୀ ଜାରି କରିଛି ଉଐଝଋ :
– ଅଧା ଘଣ୍ଟା ପୂର୍ବରୁ ପହଞ୍ଚିବେ ।
– ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ, ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ ଛାତ୍ରଛାତ୍ରୀ ।
– ୫ ମିନିଟ୍ ପୂର୍ବରୁ ପ୍ରଶ୍ନ ପତ୍ର ପାଇବେ ଛାତ୍ରଛାତ୍ରୀ ।
– ଉତ୍ତର ଖାତାର ସିରିୟଲ୍ ନଂ ଏବଂ ପୃଷ୍ଠା ସଂଖ୍ୟା ଭଲ ଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ ।
– ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ୟା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ ।
– ଆଡିସନାଲ୍ ସିଟ୍ ଦିଆଯିବ ନାହିଁ ।
– ପ୍ରଶ୍ନପତ୍ରରେ ରୋଲ୍ ନଂ ଛଡା ଦାଗ ବି ଲଗାଇବେ ନାହିଁ, ନଚେତ୍ ଏମ୍ପି ହୋଇଯିବେ ।
– ଉତ୍ତର ଖାତାରେ ନିଜର ରୋଲ୍ ନଂ, ରେଜିଷ୍ଟ୍ରେସନ୍ ନଂ ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବେ ।
– ପ୍ରଶ୍ନପତ୍ରର ସେଟ୍ କୋଡ୍କୁ ନିର୍ଭୁଲ ଭାବରେ ଲେଖିବେ ।
– ଉପସ୍ଥାନ ଖାତାରେ ନିଜର ରୋଲ୍ ନଂ ଦେଖି ଉପସ୍ଥାନ ଦେବେ ।
– ପରୀକ୍ଷା ହଲ୍କୁ କଳା ବଲ୍ ପେନ୍ ଏବଂ ଆଡ୍ମିଟ୍ କାର୍ଡ ବ୍ୟତୀତ ଅନ୍ୟ ଜିନିଷ ବର୍ଜନୀୟ ।